Latest Odisha News

BREAKING NEWS

ଛତ୍ରପୁର କାଉନସିଲର୍ ହତ୍ୟା ମାମଲା: ବିଜେପି ନେତାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତୀ

କଟକ : ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ଅନ୍ତରିଣ ସୁରକ୍ଷା ଅବଧିକୁ ସୋମବାର ଦିନ ଓଡିଶା ହାଇକୋର୍ଟ ବଢାଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ଓଡିଶା ହାଇକୋର୍ଟ ମାର୍ଚ୍ଚ ୧୨ ତାରିଖ ଏବଂ ମାର୍ଚ୍ଚ ୧୯ ତାରିଖରେ ଏହି ୨ ବିଜେପି ନେତାଙ୍କ ଗିରଫ ହେବା ନେଇ ଦୁହିଁଙ୍କ ଅନ୍ତରିଣ ସୁରକ୍ଷା ପ୍ରଦାନ କରିଥିଲେ, ଯେହେତୁ ପୋଲିସ ପକ୍ଷରୁ ଏସମ୍ପର୍କୀତ କେସ୍ ଡାଏରୀ ପ୍ରଦାନ କରାଯାଇପାରିନଥିଲା । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଖରାଛୁଟି ପରେ ହେବ ବୋଲି ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି ।

ଛତ୍ରପୁରର ଏନଏସି ୱାର୍ଡନଂ-୬ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ତାଙ୍କ ଘର ସମ୍ମୁଖରେ ଦିନ ଦ୍ୱିପ୍ରହରରେ କିଛି ଦୁବୃର୍ତ୍ତ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିଲେ । ଏନେଇ ତଦନ୍ତ କରିବା ପରେ ପୋଲିସ ଘଟଣାରେ ସମ୍ପୃକ୍ତି ନେଇ ୧୭ ଜଣଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.