ଭୁବନେଶ୍ୱର: ୨୦୨୧, ଏପ୍ରିଲ ୧୫ର ୟୁଜିସି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ଚାଟାର୍ଡ ଆକାଉଣ୍ଟାଣ୍ଟ ବା ସିଏ ଡିଗ୍ରୀ ପାସ କରିଥିବା ଛାତ୍ର କମର୍ସ ବା ବାଣିଜ୍ୟରେ ସ୍ନାତକୋତ୍ତର କରିବ ସହିତ ସମାନ ବୋଲି ହାଇକୋର୍ଟ କହିଛନ୍ତି। ଜଣେ ବ୍ୟକ୍ତି ୟୁଜିସି ବିଜ୍ଞପ୍ତି ଆଧାରରେ ସିଏ ଡିଗ୍ରୀ ପାସ କରିବା ପରେ କମର୍ସରେ ପ୍ରଫେସର ପଦ ପାଇଁ ଆବେଦନ କରିଥିଲେ। ହେଲେ ସେ ସ୍ନାତକୋତ୍ତର କରିନଥିବା କହି ଆବେଦନ ଖାରଜ ହୋଇଥିଲା। ଯାହାକୁ ନେଇ ସଂପୃକ୍ତ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ କୋର୍ଟ ଏବେ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।
ୟୁଜିସିର ବିଜ୍ଞପ୍ତି ଅନୁସାରେ ସିଏ/ସିଏସ/ଆଇସିଡବ୍ଲୁ ଯୋଗ୍ୟତା ସ୍ନାତକୋତ୍ତର ଡିଗ୍ରି ସହିତ ସମାନ। ଯାହାକୁ ଆଧାର କରି ହାଇକୋର୍ଟର ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଏ ପାସ ଏବଂ କମର୍ସ ସ୍ନାତକୋତ୍ତର ମଧ୍ୟରେ ଥିିବା ଦ୍ୱନ୍ଦକୁ ଦୂର କରିଛନ୍ତି। ସିଏ ପାସ୍ କରିଥିବା ଆବେଦନକାରୀକୁ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ଏନଇଟି) ସାର୍ଟିଫିକେଟ ପ୍ରଦାନ କରାଯିବ। ସେହିପରି ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ପଦ ପାଇଁ ସିଏ ପାସ କରିଥିବା ବ୍ୟକ୍ତିଙ୍କର ଯୋଗ୍ୟତା ରହିଛି । ଆଉ ସେ ଏହି ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ବୋଲି ହାଇକୋର୍ଟ କହିଛନ୍ତି ।
Comments are closed.