Latest Odisha News

ଆଜି ପବିତ୍ର ମହାଶିବରାତ୍ରି; ୭୦୦ ବର୍ଷ ପରେ ପଡିଛି ଏପରି ଶୁଭ ମୁହୂର୍ତ୍ତ

ଆଜି ପବିତ୍ର ମହାଶିବରାତ୍ରି । ପଞ୍ଚାଙ୍ଗ ହିସାବରେ ମାଘ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ । ଦେବ ଦେବ ମହାଦେବଙ୍କର ହଜାର ହଜାର ଶ୍ରଦ୍ଧାଳୁ ଆଜି ଆଜି ମାନସିକ କରିି ବ୍ରତ ରଖିଥାନ୍ତି । ସାରା ଦିନ ଉପବାସ ରହିବା ପରେ ରାତିରେ ମହାଦୀପ ଉଠିବା ପରେ ପ୍ରସାଦ ସେବନ କରିଥାନ୍ତି । ସାରା ରାତି ବସି ବାବା ଭୋଳାନାଥଙ୍କ ପାଖରେ ଜାଗର ଜାଳିଥାନ୍ତି । ଆଜିର ଶୁଭ ସଂଯୋଗ ମହାଶିବରାତ୍ରିର ତତ୍ତ୍ୱକୁ ଆହୁରି ବଢାଇ ଦେଇଛି । ୭୦୦ ବର୍ଷ ପରେ ଏହି ଶୁଭ ମୁହୁର୍ତ୍ତ ପଡିଛି । ଏଥର ମହାଶିବରାତ୍ରିରେ ପଞ୍ଚ ମହାଯୋଗ ପଡିଛି । ଏଥିପାଇଁ ଆଜି ପୂଜାପାଠ ସହ ନୂଆ ଜିନିଷ କିଣିବା ପାଇଁ କିମ୍ବାଂ ନୂଆ କାମର ଆରମ୍ଭ କରିବାକୁ ପାଇଁ ଶୁଭ ମୁହର୍ତ୍ତ ରହିଛି ।

ଶିବରାତ୍ରିରେ କେଦାର, ଶଙ୍ଖ, ଶଶ, ବରିଷ୍ଠ ଏବଂ ସର୍ବାର୍ଥସିଦ୍ଧି ଯୋଗ ମିଶି ପଞ୍ଚ ମହାଯୋଗ ହୋଇଥାଏ । ଏହି ମହାସଂଯୋଗ ଏଥର ପଡିଛି । ଗତ ୭୦୦ ବର୍ଷ ମଧ୍ୟରେ ଏପରି ସଂଯୋଗ ପଡି ନ ଥିଲା । ପୁରାଣରେ ଏପରି ସଂଯୋଗ ଶିବ ପୂଜା ପାଇଁ ସ୍ଵତନ୍ତ୍ର ମହତ୍ୱ ରଖେ । ଏପରି ମହାଯୋଗରେ ନୂଆ କାମ ଆରମ୍ଭ କଲେ କିମ୍ବା କିଛି ନୂଆ ଜିନିଷ କିଣିଲେ ଲାଭ ମିଳିଥାଏ ।

କାହିଁକି ହୁଏ ଶିବରାତ୍ରି ପୂଜା ?

ଶିବ ମହାପୁରାଣ ଅନୁସ।।ର, ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିର ଅର୍ଦ୍ଧରାତ୍ରରେ ଶିବ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ । ସେତେବେଳେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମା ପ୍ରଥମ ଥର ଶିବଲିଙ୍ଗ ପୂଜା କରିଥିଲେ । ସେଥିପାଇଁ ଶିବରାତ୍ରି ପୂଜା କରାଯାଇଥାଏ । ଏହି ଶିବରାତ୍ରକୁ ନେଇ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳିଥାଏ । ସମୁଦ୍ର ମନ୍ଥନ ବେଳେ ଯେତେବେଳେ ହଳାହଳ ବିଷ ବାହାରିଥିଲା ତାହାର ବାସ୍ନାରେ ଦେବତା ଓ ଅସୁର ଅଚେତ ହୋଇପଡିଲେ । ବିଶ୍ୱବାସୀଙ୍କୁ ରକ୍ଷା କରିବା ପାଇଁ ପ୍ରଭୁ ଶିବ ଏହିଦିନ ହଳାହଳ ବିଷକୁ ପାନ କରିଥିଲେ । କୁହାଯାଏ ଏହାକୁ ପିଇବା ପରେ ଶିବଙ୍କ କଣ୍ଠ ନୀଳ ପଡି ଯାଇଥିଲା । ସେଥିପାଇଁ ଶିବଙ୍କର ଅନ୍ୟନାମ ନୀଳକଣ୍ଠ ।

ତେବେ ଜାଣନ୍ତି, ମହାଶିବରାତ୍ରିରେ କେତେବେଳେ ପୂଜା କରାଯିବା କଥା ? ମହାଶିବରାତ୍ରିରେ ପୂରା ଦିନ ରାତି ପୂଜା କରାଯାଇପାରେ । ତେବେ ସ୍କନ୍ଦ, ଶିବ ଏବଂ ଲିଙ୍ଗ ପୂରାଣର ବର୍ଣ୍ଣନା ଅନୁସାରେ ରାତିରେ ଶିବଲିଙ୍ଗ ଅଭିଷେକ କରିଲେ ଶୁଭଫଳ ମିଳିଥାଏ । ଏହି ଦିନ ଶ୍ରଦ୍ଧାଳୁ ଶିବ ମନ୍ଦିର ଯାଇ ପ୍ରଭୁଙ୍କ ଆରାଧନା କରିଥାନ୍ତି । ତେବେ ସମୟ ନ ଥିଲେ ଘରେ ବି ପୂଜା କରିପାରିବେ । ଘିଅ, ଦୀପ,ଧୂପସହ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଘରେ ବି ଶିବ ପୂଜା କରିପାରିବେ ।
ତେବେ ଏହି ପୂଜା ସମୟରେ ୪ଟି ଜିନିଷକୁ ଧ୍ୟାନ ଦେବାକୁ ପଡିଥାଏ ।

-ପୂଜାବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରିବେ

-ପୂଜାବେଳେ କୁନ୍ଦ  ଫୁଲ ଚଢାଇବେ ନାହିଁ

-ଶିବଲିଙ୍ଗରେ ଚଢାଯାଇଥିବା କ୍ଷୀର କିମ୍ବା ଜଳକୁ ପିଅନ୍ତୁ ନାହିଁ । ଏହାକୁ କେବଳ ମଥା ଏବଂ ଆଖିରେ ଲଗାନ୍ତୁ

-ପୂଜା ପରେ ଶିବ ଲିଙ୍ଗର ଅଧା ପରିକ୍ରମା କରନ୍ତୁ

ଜାଣି ରଖନ୍ତୁ ଆଜିର ଶୁଭ ମୁହୂର୍ତ୍ତ

ଆଜି ସକାଳ ୮ଟା ୨୦ରୁ ୯ଟା ୪୦ ଶୁଭ ମୁହୂର୍ତ୍ତ ରହିଛି । ସେହିପରି ମଧ୍ୟାହ୍ନ ୧୨ଟା ୩୫ରୁ ୪ଟା ୫୦ ଏବଂ ସନ୍ଧ୍ୟା ୬ଟା ୧୦ରୁ ୭ଟା ୪୦ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି ।

Leave A Reply

Your email address will not be published.