ଦିଲ୍ଲୀ: ବିଜେପିର ସଂଖ୍ୟାଲଘୁ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନବାଜ୍ ହୁସେନଙ୍କୁ ଗିରଫ କରିବ ଦିଲ୍ଲୀ ପୋଲିସ । ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଦିଲ୍ଲୀ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେହି ଘଟଣାଟି ଘଟିଥିଲା ଜାନୁଆରୀ ୨୦୧୮ ମସିହାରେ , ଦିଲ୍ଲୀର ଜଣେ ମହିଳା ହୁସେନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ହୁସେନ୍ ଛତ୍ରପୁର ଫାର୍ମ ହାଉସରେ ତାଙ୍କୁ ବଳାତ୍କାର କରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହି ଘଟଣାରେ ପୋଲିସ ବଳାତ୍କାର ମାମଲାରେ ଏଫଆଇଆର ପଞ୍ଜିକରଣ କରିନଥିଲା। ପୋଲିସ ଠାରୁ ନ୍ୟାୟ ନମିଳିବାରୁ ନିରାଶ ହେଇ ପରେ ତଳ କୋର୍ଟରେ ପିଟିସନ୍ ଫାଇଲ କରିଥିଲେ ମହିଳା । ଏହି ପିଟିସନରେ ହୁସେନ ତାଙ୍କୁ ଦୁଷ୍କର୍ମ କରିଥିବା ଦର୍ଶାଇଥିଲେ। ଶାହନାୱାଜ ହୁସେନଙ୍କ ବିରୋଧରେ ବଳାତ୍କାର ମାମଲାରେ ଏଫଆଇଆର ପଞ୍ଜିକରଣ କରିବାକୁ ନିମ୍ନ ଅଦାଲତରେ ଆବେଦନ କରିଥିଲେ।
ଦିଲ୍ଲୀ ହାଇକୋର୍ଟ ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଶାହନାଓ୍ୱାଜ୍ ହୁସେନ୍ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ବଳାତ୍କାର ମାମଲାରେ ଏଫଆଇଆର ପଞ୍ଜିକରଣ ନକରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଶାହନାୱାଜଙ୍କ ପକ୍ଷରୁ ଓକିଲ ମନୀଷ ପାଲ ତୁରନ୍ତ ଏହି ମାମଲାର ଶୁଣାଣି କରିବାକୁ ସିଜେଆଇ ଏନଭି ରମନ୍ନା ଙ୍କୁ ଅନୁରୋଧ କରିଥିଲେ। ଯଦି ଏଫଆଇଆର ପଞ୍ଜୀକୃତ ହୁଏ ତେବେ ଏହି ଆବେଦନ ପ୍ରଭାବହୀନ ହୋଇଯିବ। ଶାହନାଓ୍ୱାଜ୍ ହୁସେନ୍ ଙ୍କ ୩୦ ବର୍ଷର ରାଜନୈତିକ ଜୀବନ ଅଛି, ଯାହା ଉପରେ ପ୍ରଭାବ ପଡିପାରେ ବୋଲି ଶାହନାୱାଜଙ୍କ ପକ୍ଷରୁ ଓକିଲ ମନୀଷ ପାଲ କହିଛନ୍ତି।
Comments are closed.