କଟକ : ବିଜେଡିର ପୂର୍ବତନ ନେତା ଦାମୋଦର ରାଉତଙ୍କ ବିରୋଧରେ ରହିଥିବା ଜାତିଆଣ ସମ୍ପର୍କୀତ ବିବାଦୀୟ ମାମଲାକୁ ବୁଧବାର ଦିନ ଓଡିଶା ହାଇକୋର୍ଟ ଖାରଜ କରିଛନ୍ତି ।
ଏସମ୍ପର୍କରେ ଶ୍ରୀଯୁକ୍ତ ଦାମ ରାଉତଙ୍କ ଓକିଲ ଦେବାଶିଷ ଛୋଟରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜଷ୍ଟିସ୍ ପି.କେ ମିଶ୍ରଙ୍କ ଇଜିଲାସରେ ହୋଇଥିବା ଶୁଣାଣୀକୁ “ଅନୁସୂଚିତ ଜାତି ଓ ଜନଜାତି ଧାରା ଅନୁସାରେ ଏତଲାରେ ଦିଆଯାଇଥିବା ଅଭିଯୋଗ ଏହାର ଉଲଙ୍ଘନ କରୁନାହିଁ । ଅଦାଲତ ଆମ ଯୁକ୍ତିକୁ ଗ୍ରହଣ କରିବା ସହ ଏହି ମାମଲାକୁ ଖାରଜ କରିଛନ୍ତି ।
କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତତ୍କାଳୀନ ମନ୍ତ୍ରୀ ଦାମ ରାଉତ ୨୦୧୦ ମସିହା ଅଗଷ୍ଟ ୧୬ ତାରିଖରେ ପାରାଦୀପ ଠାରେ ଆୟୋଜିତ ଏକ ସାର୍ବଜୈନିକ ସଭାରେ ‘ଜାତିଆଣ ବିରୋଧି’ ମନ୍ତବ୍ୟ ଦେଇଥିଲେ ।
ପରବର୍ତ୍ତୀ ସମୟରେ ଏନେଇ ଏକ ଦଳିତ ସଙ୍ଗଠନର ପ୍ରତିନଧି ମନୋଜ ଭୋଇ ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଥାନାରେ ମାମଲା ରୁଜୁ କରିଥିଲେ । ଯାହାବି ହେଉ ଶ୍ରୀଯୁକ୍ତ ରାଉତ ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରୁ ଏହି ମାମଲାରେ ତାଙ୍କୁ ଜାମିନ ମିଳିଥିଲା ।
ପରେପରେ ଏହି ଏତଲାକୁ ଖାରଜ କରିବା ଲାଗି ଶ୍ରୀଯୁକ୍ତ ଦାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଅନ୍ତିମ ଶୁଣାଣୀ ନ ହେବା ଯାଏଁ ପୋଲିସ ଦାମଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ଅଦାଲତ ରାୟ ଦେଇଥିଲେ ।
Comments are closed.