Latest Odisha News

BREAKING NEWS

ବଲିଉଡ଼କୁ ଫେରୁଛନ୍ତିି ଗଜରାଜ, ମାର୍ଚ୍ଚ ୨୯ରେ ରିଲିଜ୍ ହେବ ‘ଜଙ୍ଗଲୀ’

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ଅଭିନିତ ‘ହାତୀ ମେରେ ସାଥୀ’ ୧୯୭୧ ମସିହାରେ ରିଲିଜ ହେବା ପରେ ହାତୀକୁ ନେଇ ସେପରି କୌଣସି ବଳିଷ୍ଠ କାହାଣୀର ସିନେମା ଏଯାଏଁ ରିଲିଜ୍ ହୋଇପାରିନାହିଁ । ଗଜରାଜଙ୍କୁ ନେଇ ହିନ୍ଦୀ ଚଳଚ୍ଚିତ୍ର ଜୁମ୍ବୋ, ସଫେଦ୍ ହାତୀ, କାଲା ପର୍ବତ ଓ ଜଙ୍ଗଲ୍ ବୁକ୍ ନିର୍ମିତ ହୋଇଥିଲେ ମଧ୍ୟ ଦର୍ଶକ ମହଲରେ ହାତୀ ମେରେ ସାଥୀ ପରି ସେପରି ପ୍ରଭାବ ବିସ୍ତାର କରିପାରିନାହିଁ । ତେବେ ମାର୍ଚ୍ଚ ୨୯ ତାରିଖରେ ହଲିଉଡ଼ ନିର୍ମାତା ଚୁଙ୍କ୍ ରସେଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ତଥା ବିଦ୍ୟୁତ୍ ଜମାଲଙ୍କ ଆକ୍ସନ ଭରା ଆଡ଼ଭେଞ୍ଚର୍ସ ଫିଲ୍ମ ‘ଜଙ୍ଗଲୀ’ ରିଲିଜ୍ ହେଉଛି ।


ଅନେକ ଦିନ ପରେ ହାତୀକୁ ନେଇ ଏକ ବଳିଷ୍ଠ କାହାଣୀର ସିନେମା ରିଲିଜ୍ ହେବାକୁ ଥିବାରୁ ଏହି ସିନେମାଟିକୁ ଉପଭୋଗ କରିବାକୁ ବଲିଉଡ଼ ଦର୍ଶକ ଅପେକ୍ଷା କରିଛନ୍ତି ।

ଗଜରାଜଙ୍କୁ ନେଇ ନିର୍ମିତ ଜଙ୍ଗଲୀ ଫିଲ୍ମରେ ମୁଖ୍ୟ ଭୁମିକା ଅଶ୍ୱତ୍ଥ ଙ୍କ ରୂପରେ ଅଭିନୟ କରୁଛନ୍ତି ନିଜେ ବିଦ୍ୟୁତ୍ ଜମାଲ । ଏହାବ୍ୟତୀତ, ଆଶା ଭଟ୍ଟ, ପୂଜା ସାୱନ୍ତ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ଇତିମଧ୍ୟରେ ଜଙ୍ଗଲୀର ଟ୍ରେଲର୍ ରିଲିଜ୍ ହୋଇସାରିଛି ।

ଗଜରାଜଙ୍କୁ ହାତୀ ଶିକାରୀଙ୍କ ହାବୁଡ଼ରୁ ରକ୍ଷା କରି କିପରି ଜଙ୍ଗଲ ଓ ପରିବେଶକୁ ସୁରକ୍ଷା ଦେଉଛନ୍ତି ଭୋଲା ଓ ଅଶ୍ୱତ୍ଥ ଏହା ହିଁ ସିନେମାର କାହାଣୀ । ହାତୀପଲରେ ପିଲାଟି ବେଳୁ ବଢି ଜଙ୍ଗଲର ପାଣି ପବନ ସହିତ ବଞ୍ଚିଥିବା ଅଶ୍ୱତ୍ଥ କିପରି କ୍ରମେ ବନ ସୁରକ୍ଷା ପୋଲିସ ସହିତ ବନ୍ଧୁତା ସ୍ଥାପନ କରିଛି ଏବଂ ହାତୀ ଶିକାରୀଙ୍କୁ ଧରି ଗଜରାଜଙ୍କୁ ବଞ୍ଚାଇପାରୁଛି ଜଙ୍ଗଲୀରେ ସୁନ୍ଦର ଭାବେ ବର୍ଣ୍ଣନା ହୋଇଛି ।

ହାତୀମାନଙ୍କ ବନ୍ଧୁ ଭୋଲା ଓ ଅଶ୍ୱତ୍ଥ କିପରି ଅନ୍ତର୍ଜାତୀୟ ହାତୀ ଶିକାରୀଙ୍କ ହାବୁଡ଼ରେ ପଡ଼ି ସଂଘର୍ଷ କରିଛନ୍ତି ତାହାର ନିଖୁଣ ଅଭିନୟ ମାଧ୍ୟମରେ ଜଙ୍ଗଲୀରେ ଦେଖିପାରିବେ ଦର୍ଶକ । ଏହି ଫିଲ୍ମରେ ହାତୀକୁ ନେଇ ଏକ ସୁନ୍ଦର ଗୀତ ମଧ୍ୟ ରହିଛି । ‘ଫକୀରା ଘର୍ ଆ ଜା’ ଗୀତ ବେଶ୍ ମନଛୁଆଁ ହୋଇପାରିଛି । ଏହାର ଟ୍ରେଲର୍ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ପ୍ରଶଂସିତ ହୋଇପାରିଛି ।

Leave A Reply

Your email address will not be published.