Latest Odisha News

BREAKING NEWS

ଦିଲ୍ଲୀ ମଦ ଦୁର୍ନୀତି ମାମଲା; କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି କେଜ୍ରିଓ୍ବାଲଙ୍କୁ ମିଳିଲା ଝଟକା । ସିବିଆଇ ଗିରଫଦାରୀ ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଆଜି (ସୋମବାର) ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ଦିଲ୍ଲୀ ଅବକାରୀ ଦୁର୍ନୀତିର ସିବିଆଇ ସହ ଜଡ଼ିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ଏହି ରାୟ ଶୁଣାଇଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ଜେଲରୁ ବାହାରି ପାରିବେ ନାହିଁ । ସିବିଆଇ ମାମଲାରେ ଗିରଫକୁ ବେଆଇନ ଘୋଷଣା କରିଥିବା ଆବେଦନକୁ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ସହିତ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଜାମିନ ପାଇଁ ନିମ୍ନ ଅଦାଲତକୁ ଯିବାକୁ ହାଇକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଗିରଫ ହୋଇ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । କିନ୍ତୁ ସିବିଆଇ ମାମଲାରେ ଆବେଦନ ଖାରଜ ହେବାରୁ କେଜ୍ରିୱାଲଙ୍କୁ ବର୍ତ୍ତମାନ ଜେଲରେ ହିଁ ରହିବାକୁ ପଡ଼ିବ ।

Comments are closed.