Latest Odisha News

BREAKING NEWS

ହାତୀ କରିଡର ନେଇ ଏନଜିଟିଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ଓଡ଼ିଶା ସରକାରଙ୍କୁ ଆଶ୍ୱସ୍ତି । ହାତୀ କରିଡର ନେଇ ଏନଜିଟି ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ରିଟ୍ ପିଟିସନକୁ ଗ୍ରହଣ କରି ଏନଜିଟିର ଏପ୍ରିଲ୍ ୬ ନିର୍ଦ୍ଦେଶନାମା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।

ରାଜ୍ୟରେ ୧୪ ଗୋଟି ହାତୀ କରିଡର ନିର୍ମାଣ ମାସକ ମଧ୍ୟରେ କରିବା ଲାଗି ଜାତୀୟ ଗ୍ରୀନ ଟ୍ରିବୁନାଲ୍ ନିର୍ଦ୍ଦେଶ ଦେଇଥିଲେ । ବନ୍ୟପ୍ରାଣୀ ସମ୍ବନ୍ଧିତ ଅନ୍ୟ ଏକ ମାମଲାରେ ମଧ୍ୟ ହାଇକୋର୍ଟ ରହିତାଦେଶ ଦେଇଛନ୍ତି । ଉକ୍ତ ମାମଲାର ଶୁଣାଣି ମେ ୯ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ମୁରଲିଧର ଏବଂ ଜଷ୍ଟିସ୍ ଗୌରୀଶଙ୍କର ସତପଥି କରିବେ ।

୨୦୧୬ରେ ୱାଇଲ୍ଡ ଲାଇପ୍ ସୋସାଇଟି ଅଫ୍ ଇଣ୍ଡିଆ ହାତୀ କରିଡର ନିର୍ମାଣକୁ ନେଇ ଏକ ଆବେଦନ କରିଥିଲା । ଯାହାର ଶୁଣାଣି କରି ଏନଜିଟି ୨୦୨୧ ଅଗଷ୍ଟ ୧୭ରେ ଏସିଆନ୍ ନେଚର କନଞ୍ଜରଭେସନ୍ ଫାଉଣ୍ଡେସନ୍ ଦ୍ୱାରା ଚିହ୍ନିତ ୧୪ଟି ସ୍ଥାନରେ ହାତୀ କରିଡର ନିର୍ମାଣ ପାଇଁ କହିଥିଲେ । ହେଲେ ରାଜ୍ୟ ସରକାର କୌଣସି ପଦକ୍ଷେକ୍ଷ ନ ନେବାରୁ ଏପ୍ରିଲ୍ ୬ରେ ପୁଣି ଥରେ ପିସିସିଏଫଙ୍କୁ ଭର୍ତ୍ସନା କରିଥିଲେ ଏନଜିଟି ।

Leave A Reply

Your email address will not be published.