Latest Odisha News

BREAKING NEWS

କୋଣାର୍କ ଓ ଶ୍ରୀମନ୍ଦିରର ଷ୍ଟାଟସ୍ ରିପୋର୍ଟ ମାଗିଲେ ଓଡିଶା ହାଇକୋର୍ଟ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି କାର୍ଯ୍ୟ ଉପରେ ଏକ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବାକୁ ଓଡିଶା ହାଇକୋର୍ଟ ସୋମବାର ଦିନ’ ଭାରତୀୟ ‘ପ୍ରତ୍ନତତ୍ତ୍ୱ ବିଭାଗ'(ଏଏସଆଇ )କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଦାଲତରେ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲା(ପିଆଇଏଲ)କୁ ଭିତ୍ତିକରି ଓଡିଶା ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ)ର ସୁପରିଟେଣ୍ଡେଣ୍ଟଙ୍କୁ ଏହିସବୁ ମନ୍ଦିର ଗୁଡିକର ମରାମତି ନେଇ ଆନୁଷଙ୍ଗିକ ବୈଷୟିକ ରିପୋର୍ଟ ପ୍ରଦାନ କରିବାକୁ ଏକ ନିର୍ଦ୍ଦେଶାନାମାରେ କହିଛନ୍ତି ।

ଏପରିକି କୋଣାର୍କ ମନ୍ଦିର ସମ୍ପର୍କିତ ଏକ ମିସ କେସ ଜଣେ ଆବେଦନକାରୀଙ୍କ ଦ୍ୱାରା ଦାଏର ହୋଇଥିଲା ବୋଲି ଅଦାଲତ ସ୍ୱୀକାର କରିଛନ୍ତି । ବିଭାଗୀୟ କତ୍ତୃପକ୍ଷ ମନ୍ଦିରର ମରାମତି କାର୍ଯ୍ୟ ଲାଗି ୨ ହଜାର କୋଟି ଟଙ୍କା ବ୍ୟୟ କରିବା ସମ୍ପର୍କରେ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ କିପରି ପାଳନ କରାଯାଇଛି ସେନେଇ ଆବେଦନକାରୀ ଆଦଲତଙ୍କୁ ଅନୁରୋଧ କରିଛନ୍ତି ।

ଆସନ୍ତା ମଙ୍ଗଳବାର ଦିନ ଅଦାଲତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.