Latest Odisha News

BREAKING NEWS

ମାଧବୀଙ୍କୁ ମିଳିଲା ଆଶ୍ବସ୍ତି, ରୁଜୁ ହେବ ନାହିଁ ଏଫଆଇଆର୍

ନୂଆଦିଲ୍ଲୀ: ସେବି ପୂର୍ବତନ ମୁଖିଆଙ୍କ ନାଁରେ ହେବ ନାହିଁ କେସ୍ । ସ୍ୱତନ୍ତ୍ର କୋର୍ଟର ମାମଲା ରୁଜୁ ପାଇଁ ଦେଇଥିବା ଆଦେଶ ଉପରେ ବମ୍ବେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି ମାଧବୀ ପୁରୀଙ୍କୁ ଆଶ୍ବସ୍ତି ଦେଇଛନ୍ତି । ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ, ସେବିର ପୂର୍ବତନ ମୁଖ୍ୟ ମାଧବୀ ପୁରୀ ବୁଚ୍, କିଛି ବୋର୍ଡ ସଦସ୍ୟ ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ଉଚ୍ଚ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲା ବମ୍ବୋ କୋର୍ଟ । ମାଧବୀ ଏବଂ ଅନ୍ୟ ଅଧିକାରୀମାନେ ମାମଲାକୁ ଖାରଜ କରିବା ପାଇଁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଯାହାର ଆଜି ଶୁଣାଣି କରି ମାଧବୀ ଏବଂ ଅନ୍ୟ ଅଧିକାରୀଙ୍କ ସପକ୍ଷରେ କାର୍ଯ୍ୟଧାରା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ ।

ତେବେ କହିରଖୁଛୁ, ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ ଏବଂ ତାଙ୍କର ଅନ୍ୟ ପାଞ୍ଚ ଜଣ ସହଅଧିକାରୀଙ୍କ ବିରୋଧରେ ଷ୍ଟକ୍ ମାର୍କେଟ ଠକେଇ ଏବଂ ନିୟାମକ ଉଲ୍ଲଂଘନ ଅଭିଯୋଗରେ, ସ୍ୱତନ୍ତ୍ର କୋର୍ଟ ମାମଲା ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ କୋର୍ଟ ଏହାର ତଦନ୍ତ ଉପରେ ନଜର ରଖିବା ସହିତ, ୩୦ ଦିନ ମଧ୍ୟରେ ମାମଲାର ସ୍ଥିତି ରିପେର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେିଥିଲେ । ଯାହାକୁ ନେଇ ସେବି ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରିଥିଲା । କୋର୍ଟ ସେମାନଙ୍କ ପକ୍ଷ ଶୁଣିବାକୁ ସୁଯୋଗ ଦେଇନାହାନ୍ତି ବୋଲି ଅଭିଯୋଗ କରି ମାମଲାକୁ ଆଉ ଥରେ ବିଚାର କରିବା ପାଇଁ ହାଇକୋର୍ଟରେ ଅପିଲ୍ କରିଥିଲା । ଯାହାକୁ ଗ୍ରହଣ କରି, ମାମଲାର ଶୁଣାଣିରେ ସେବିକୁ ଆଶ୍ବସ୍ତି ଦେଇଛନ୍ତି ହାଇକୋର୍ଟ ।

ତେବେ ଭାରତର ପ୍ରଥମ ମହିଳା ସେବି ମୁଖ୍ୟ ମାଧବୀ ପୁରୀବୁଚଙ୍କ ଉପରେ ଆମେରିକାସ୍ଥିତ ଗବେଷଣା ଓ ନିବେଶ କମ୍ପାନୀ ହିଣ୍ଡନବର୍ଗ ରିସର୍ଚ୍ଚ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟର ଅଭିଯୋଗ ଆଣିଥିଲା । ଅଭିଯୋଗକାରୀ ‘ମିଡିଆ ରିପୋର୍ଟର’ ବଡ଼ ଧରଣର ଆର୍ଥିକ ଠକେଇ, ବିନିୟାମକ ଉଲ୍ଲଂଘନ ଓ ଭ୍ରଷ୍ଟାଚାରର କଥିତ ଅପରାଧର ତଦନ୍ତ ଦାବି କରିଛନ୍ତି। ଅଭିଯୋଗକାରୀ କହିଛନ୍ତି, ମାମଲାରେ ଅନେକ ବାର ପୋଲିସ ଷ୍ଟେସନ ଓ ସମ୍ପର୍କିତ ନିୟାମକୀୟ ସଂସ୍ଥାଙ୍କ ସହ ସମ୍ପର୍କ କରାଯିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ସେବି ଅଧିକାରୀ ନିଜ ବୈଧାନିକ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଛନ୍ତି ଓ ବଜାରରେ ହେରଫେରକୁ ପ୍ରୋତ୍ସାହିତ କରିବା ସହିତ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରୁନଥିବା କମ୍ପାନୀଙ୍କୁ ସୂଚୀବଦ୍ଧ କରିବାର ଅନୁମତି ଦେଇ କର୍ପୋରେଟ ଠକେଇ ପାଇଁ ରାସ୍ତା ଖୋଲିଥିଲେ । ଏହା ପରେ ରାଜନୈତିକ ଅସନ୍ତୋଷ ମଧ୍ୟରେ ମାଧବୀ ପୁରୀବୁଚ୍ ଫେବୃଆରୀ ୨୮ ତାରିଖ ଦିନ ତାଙ୍କ ୩ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ ।

 

Comments are closed.