Latest Odisha News

BREAKING NEWS

କଂଗ୍ରେସ ସହ ମେଣ୍ଟ କରି ପଶ୍ଚାତାପ କରୁଛନ୍ତି ଏଚ୍. ଡି. କୁମାରସ୍ୱାମୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀଙ୍କ ବଡ଼ ବୟାନ । କଂଗ୍ରେସ ଉପରେ ଲଗାଇଛନ୍ତି ଗୁରୁତର ଅଭିଯୋଗ । କଂଗ୍ରେସ ସହ ମେଣ୍ଟ କରି ସେ ବରବାଦ ହୋଇଛନ୍ତି । ସବୁ କିଛି ହରାଇଛନ୍ତି । ବିଜେପିକୁ ସମର୍ଥନ ଦେଇଥିଲେ ଓ ସମ୍ପର୍କ ଭଲ ରଖିଥିଲେ ଏବେ ବି ମୁଖ୍ୟମନ୍ତ୍ରୀ ଥାଆନ୍ତେ ବୋଲି କହିଛନ୍ତି କୁମାରସ୍ୱାମୀ ।

କଂଗ୍ରେସ ସହ ମେଣ୍ଟ କରି ସେ କେବଳ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇ ନଥିଲେ । ଗତ ୧୨ ବର୍ଷର ତପସ୍ୟା ବି ଶୁଖୁଆପଡ଼ାରେ ଗଲା ଭଳି ହୋଇଛି । କୁମାରସ୍ୱାମୀ କହିଛନ୍ତି, ୨୦୦୬-୨୦୦୭ରୁ ୧୨ବର୍ଷ ଭିତରେ ଯାହା କିଛି ହାସଲ କରିଥିଲେ କଂଗ୍ରେସ ସହ ମେଣ୍ଟ କରି ସେସବୁ ହାତଛଡ଼ା କଲେ ।
୨୦୧୮ରେ କଂଗ୍ରେସ ସହ ମେଣ୍ଟ କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଗୋଷ୍ଠୀ ତାଙ୍କର ପ୍ରତିଷ୍ଠାକୁ ନଷ୍ଟ କରି ଦେଇଥିବା ଅଭିଯୋଗ କରିଛନ୍ତି କୁମାରସ୍ୱାମୀ । ସେ କେବଳ ସେମାନଙ୍କ ଜାଲରେ ଫସିବାକୁ ଲାଗିଲେ । ବାପା ଏଚ୍. ଡି. ଦେବେଗୌଡାଙ୍କ କଥାରେ ସେ କଂଗ୍ରେସ ସହ ମେଣ୍ଟ ପାଇଁ ରାଜି ହୋଇଥିଲେ । କୁମାରସ୍ୱାମୀ ଆହୁରି କହିଛନ୍ତି, ୨୦୦୮ରେ ବିଜେପି ତାଙ୍କର ଯେତିକି କ୍ଷତି କରି ନଥିଲା ଯେତିକି ୨୦୧୮ରେ କଂଗ୍ରେସ କଲା ।

Leave A Reply

Your email address will not be published.