Latest Odisha News

BREAKING NEWS

ମୋବାଇଲରେ ଖେଳିବା ନେଇ ମାଆ ଆକଟ କରିବାରୁ ଆତ୍ମହତ୍ୟା କଲା ନାବାଳକ !

ଖୋର୍ଦ୍ଧା: କାଳ ହେଉଛି ମୋବାଇଲ୍ରେ ଖେଳ । ମାଆ ମୋବାଇଲରେ ଖେଳିବା ପାଇଁ ଆକଟ କଲେ । ପୁଅ ହାତରୁ ଛଡ଼ାଇ ଆଣିଲେ ମୋବାଇଲ। ଏତିକିରେ ପୁଅ ରାଗିଗଲା । ପାଇଖାନା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗଡ଼ମାଣତୀରେ । ମୃତକ ହେଲେ ତଳଗଡ଼ ସାହିର ଅକ୍ଷୟ ସୁବୁଦ୍ଧିଙ୍କ ପୁଅ ଅଶୋକ । ପୋଲିସ ମୃତଦେହକୁ ଜବତ କରିଥିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଅଶୋକ ନବମ ଶ୍ରେଣୀରେ ପଢୁଥିଲେ । ଗତକାଲି ଅପରାହ୍ଣରେ ସେ ମୋବାଇଲରେ ଗେମ୍ ଖେଳୁଥିଲେ । ମାଆ ଏଥିପାଇଁ ତାଙ୍କୁ ବାରଣ କରିଥିଲେ । ସାମାନ୍ୟ କଥାକୁ ନେଇ ଆତ୍ମହତ୍ୟାର ବାଟ ବାଛିନେଲା ନାବାଳକ । ଏହି ଘଟଣା ପରେ ମୋବାଇଲ୍ ନିଶାରେ ଚୁର ହେଉଥିବା ପିଲାଙ୍କ ଭବିଷ୍ୟତକୁ ନେଇ ବି ଚିନ୍ତା ପ୍ରକାଶ କରୁଛନ୍ତି ଅଭିଭାବକ ।

Leave A Reply

Your email address will not be published.