Latest Odisha News

BREAKING NEWS

ଜାତୀୟ ରାଜପଥ ବନ୍ଦ

ଜଳେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବି । କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖୁବାକୁ ମିଳିଥିଲା। ସକାଳ ୬ଟାରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା ।

ସକାଳୁ ସକାଳୁ ବିଭିନ୍ନ କୃଷକ ସଂଗଠନ , ବାମ ଦଳ ଓ କଂଗ୍ରେସର କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା । ଏହି ବନ୍ଦ ଡାକରାକୁ ସମର୍ଥନ କରିଥିଲା ବାଲେଶ୍ଵର ଜିଲ୍ଲାର ଜଳେଶ୍ୱରର ବିଭିନ୍ନ ଚାଷୀ ସଂଗଠନ । ଆଜି ସକାଳୁ ସକାଳୁ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ଗେଟ୍  ନିକଟରେ ଶତାଧିକ ଗାଡି ଅଟକ ରଖି ନେତା ଓ କର୍ମୀ ତାକୁ ବନ୍ଦ କରାଯାଇଥିଲା ।

Comments are closed.