Latest Odisha News

BREAKING NEWS

ପାକିସ୍ତାନ ମସଜିଦ ବିସ୍ଫୋରଣ ସ୍ଥଳରୁ ମିଳିଲା ଅଭିଯୁକ୍ତର କଟାମୁଣ୍ଡ

ଇସଲାମବାଦ: ଇସଲାମବାଦ ଉତ୍ତର-ପଶ୍ଚିମ ପେଶବାର ସହରସ୍ଥିତ ମସଜିଦରେ ନମାଜ ପାଠ ସମୟରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୯୩ରେ ପହଞ୍ଚିଛି । ଅନ୍ୟପକ୍ଷେ ୨୨୧  ଆହତଙ୍କ ସଂଖ୍ୟା ମଧ୍ୟ ସଙ୍ଗୀନ ହେବାରେ ଲାଗିଛି । ଏବେ ବି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ଶବକୁ ବାହାର କରୁଛନ୍ତି ।

ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମଧ୍ୟାହ୍ନ ୧.୪୦ରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଅଭିଯୁକ୍ତ ନିଜକୁ ବି ଉଡାଇ ଦେଇଥିଲା ।  ବିସ୍ଫୋରଣ ଯୋଗୁ ଛାତ ନମାଜ ପଢୁଥିବା ଲୋକଙ୍କ ଉପରେ ପଡି ଯାଇଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ଅଭିଯୁକ୍ତର କଟାମୁଣ୍ଡକୁ ଉଦ୍ଧାର କରିଛନ୍ତି ।

ସ୍ଥାନୀୟ ଟିଭି ସୂଚନା ଅନୁଯାୟୀ, ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ଆକ୍ରମଣକାରୀ ପୋଲିସ ଲାଇନରେ ଉପସ୍ଥିତ ଥିଲା ଏବଂ ପ୍ରବେଶ କରିବା ପାଇଁ ଅଧିକାରୀଙ୍କ ବାହନକୁ ବ୍ୟବହାର କରିଥିଲା । ତେବେ ଯାଞ୍ଚ ସମାପ୍ତ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

ଏହି ବିସ୍ଫୋରଣ ପାଇଁ ତହରିକ-ଏ-ପାକିସ୍ତାନ (ଟିଟିପି) ଯାହାକୁ ପାକିସ୍ତାନୀ ତାଲିବାନ ଜଣାଯାଏ ଏଥିପାଇଁ ନିଜକୁ ଦାୟୀ କରିଛି । ଟିଟିପି କହିଛି, ଗତ ଅଗଷ୍ଟରେ ଅଫଗାନିସ୍ତାନରେ ଟିଟିପି କମାଣ୍ଡର ଉମର ଖାଳିଦ ଖୁରାସାନୀଙ୍କ ହତ୍ୟା କରାଯାଇଥିଲା । ଏହା ତାହାର ଏକ ଉତ୍ତର ବୋଲି ଟିଟିପି କହିଛି ।

Leave A Reply

Your email address will not be published.