Latest Odisha News

BREAKING NEWS

ଜୟ ଜୟ ମହାରାଷ୍ଟ୍ର ମାଝାକୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ମୁମ୍ବାଇ: ମହାରାଷ୍ଟ୍ର ସରକାର ମଙ୍ଗଳବାର ରାଜ୍ୟ ସଙ୍ଗୀତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏକନାଥ ସିନ୍ଦେ ସରକାର ଜୟ ଜୟ ମହାରାଷ୍ଟ୍ର ମାଝାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ଗୀତଟି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଶିବାଜୀ ମହାରାଜାଙ୍କ ଜନ୍ମ ବାର୍ଷିକୀ ଫେବୃୟାରୀ ୧୯ରେ ଗ୍ରହଣ କରାଯିବ । ମହାରାଷ୍ଟ୍ର କ୍ୟାବିନେଟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ମରାଠା ଭାଷାରେ ଥିବା ଏକ ପ୍ରତୀକାତ୍ମକ ଗୀତ ମଧ୍ୟରୁ ଜୟ ଜୟ ମହାରାଷ୍ଟ୍ର ମହାରାଜା, ଗରଜା ମହାରାଷ୍ଟ୍ର ମାଝା ବେଶ ଲୋକପ୍ରିୟ ।

ଏହି ଗୀତ ସେମାନଙ୍କ ଭାବନାଙ୍କ ସହିତ ଜଡିତ ବୋଲି କୁହାଯାଏ । ପ୍ରସିଦ୍ଧ କବି ରାଜା ବଧେ ଏହାକୁ ଲେଖିଥିବା ବେଳେ ଶାହିର ସାବଲ ନାମରେ ଜଣାଶୁଣା ବାଲାଦୀର କୃଷ୍ଣାରାଓ ସାବଲଙ୍କ ଦ୍ୱାରା ଗୀତ ଗାନ କରାଯାଇଥିଲା ।

Leave A Reply

Your email address will not be published.