ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ମାଣିଆକାଠି ଗ୍ରାମର ଟିଲୁ ଗୌଡ଼, ଶଙ୍କର ଗୌଡ଼, ସିଲୁ ମୂଳି ।
ଏହି ୩ ଜଣ ଯୁବକ ଗୁରୁବାର ବୁଲେଟରେ ସୋରଡ଼ା ଆସି ମାଣିଆକାଠି ଗ୍ରାମକୁ ଫେରୁଥିଲେ I ଜାତୀୟ ରାଜପଥର ମୟାଙ୍ଗି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଲଷ୍ମୀ ବସର ପାର୍ଶ୍ଵରେ ସେମାନଙ୍କର ବୁଲେଟ୍ ମୁହାଁମୁହିଁ ଧକ୍କା ହୋଇଥିଲା I ଶଙ୍କର ସମେତ ଅନ୍ୟ ୨ ଜଣଙ୍କ ମୁଣ୍ଡରେ ଚକା ଚଢି ଯାଇଥିଲା I ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ଖବର ପାଇ ପୋଲିସ ପହଞ୍ଚି ଦେହ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।