Latest Odisha News

BREAKING NEWS

ତପୋବନରେ ଉଦ୍ଧାର କାର୍ଯ୍ୟ ରଣନୀତି ବଦଳାଇଲା ସେନା, ସୁଡ଼ଙ୍ଗକୁ ଯିବା ପାଇଁ ଚାଲିଛି ଡ୍ରିଲିଂ

ଡେରାଡୁନ୍: ଉତ୍ତରାଖଣ୍ଡ ଚମୋଲିରେ ବରଫ ପାହାଡ଼ ଧସିବା ପରେ ବନ୍ୟାକୁ ୪ ଦିନ ବିତିଲାଣି । ସୁଡ଼ଙ୍ଗରେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନୌସେନାର ମରିନ କମାଣ୍ଡୋ ନିୟୋଜିତ ହୋଇଛନ୍ତି । ଏବେ ଯାଏ ୩୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୭୦ ଜଣ ନିଖୋଜ ଅଛନ୍ତି । ଏନଟିପି ତପୋବନ ସୁଡ଼ଙ୍ଗରେ ୩୯ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଚାଲିଥିବା ବେଳେ ସେନା ନୂଆ ପନ୍ଥା ଆପଣାଇଛି । ସେନା ଟନେଲର ୭୨ ମିଟରରେ ଡ୍ରିଲ୍ କରୁଛି । ପ୍ରାୟ ୧୬ ମିଟର ତଳକୁ ଡ୍ରିଲ୍ କଲା ପରେ ଏହା ଆଉ ଏକ ଟନେଲକୁ ସଂଯୋଗ କରିବ ।

ଯେଉଁଠି ସମସ୍ତ ଶ୍ରମିକଙ୍କ ସହ ପ୍ରୋଜେକ୍ଟ ମ୍ୟାନେଜର ଥିବା ଅନୁମାନ କରାଯାଉଛି । ଭୋର୍ ୩ଟାରୁ ଏହି ଅପରେସନ୍ ଆରମ୍ଭ ହୋଇଛି । ପ୍ରଥମେ ୭୫ ଏମ୍ଏମର ଗାତ କରାଯାଇଥିଲା । ସେଥିରେ ଅସୁବିଧା ହେବାରୁ ୫୦ ମିଲିମିଟରର ଗାତ କରାଯାଉଛି । ତେବେ ସେଥିରେ ସମସ୍ୟା ଦେଖାଦେବାରୁ ଏବେ ଡ୍ରିଲିଂ ଚାଲିଛି । ଡ୍ରିଲିଂ ପରେ ଗାତରେ କ୍ୟାମେରା ଅନ୍ୟ ଟନେଲକୁ ପଠାଯିବ । କ୍ୟାମେରା ଜରିଆରେ ଅନ୍ୟ ଟନେଲ ସ୍ଥିତି ଅନୁଧ୍ୟାନ କରାଯିବା ସହ ସେଠାରେ ଫସିଥିବା ଲୋକଙ୍କ ଅବସ୍ଥା ଦେଖାଯିବ ।

Leave A Reply

Your email address will not be published.