Latest Odisha News

ଝିଙ୍କ ଶିକାର ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

ବାରିପଦା: ଝିଙ୍କ ଶିକାର ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। ଗିରଫ ହେଲେ ଶ୍ୟାମାଖୁଣ୍ଟା ବ୍ଲକ ହଳଦୀବଣି ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ବାଇଧର ସୋରେନ। ବାଇଧରଙ୍କ ସହ ଆଉ ଜଣକୁ ମଧ୍ୟ ଗିରଫ କରିଛି ଦକ୍ଷିଣ ଶିମିଳିପାଳ ବନ ବିଭାଗ। ୨ ଅଭିଯୁକ୍ତଙ୍କ ଠାରୁ ଝିଙ୍କ ମାଂସ, ଝିଙ୍କ କାଠି, ଧନୁ ତୀର ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଗିରଫ ଶିକାରୀମାନେ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଆଳୁବଣି ଗ୍ରାମର ଚାମୁଟୁ ହେମ୍ବ୍ରମ ଏବଂ ବାଇଧର ସୋରେନ। ଏବଂ ଗ୍ରାହକ ଜଣକ ହେଲେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ହଳଦୀବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଇଧର ସୋରେନ।ଶିକାରୀ ଚାମଟୁ ହେମ୍ବ୍ରମ୍ ଶିମିଳିପାଳରେ ଏକ ଝିଙ୍କ ଶିକାର କରି ତାର ମାଂସ ଓ ୮୮ଟି ଝିଙ୍କ କଣ୍ଟା ନେଇ ସାମାଖୁଣ୍ଟା ଅଞ୍ଚଳର ବାଇଧର ସୋରେନଙ୍କୁ ବିକ୍ରି କରୁଥିଲା। ଏନେଇ ପୂର୍ବରୁ ଖବର ପାଇ ସେଠାରେ ଲୁଚି ବସିଥିବା ବନ ବିଭାଗର ଟିମ୍ କିଣାବିକା ବେଳେ ଦୁଇଜଣଙ୍କୁ ମାଡି ବସିଥିଲେ।

ଶିକାରୀଙ୍କ ପାଖରୁ ୧.୧୫୦ ଗ୍ରାମ ଶିକାର ଝିଙ୍କ ମାଂସ ଓ ୮୮ ଟି ଝିଙ୍କ କଣ୍ଟା ସହିତ ଗୋଟିଏ ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରାଯାଇଛି। ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ବନଖଣ୍ଡର ଉପ-ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି।

Comments are closed.