Latest Odisha News

BREAKING NEWS

ସ୍ୱାସ୍ଥ୍ୟପାଇଁ ଉପକାରୀ ବାସି ପଖାଳ…

ଆମେ ଜାଣିଛେ ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ପଖାଳ ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଉପକାରୀ। ସେହିପରି ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ପଖାଳ ସମସ୍ତଙ୍କ ପ୍ରିୟ । ପଖାଳର ବିଶେଷ ଗୁଣ କାରଣରୁ ପଖାଳ ଦିବସ ମଧ୍ୟ ପାଳନ କରାଯାଏ। ତେବେ ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ କାହିଁକି ଉପକାରୀ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ । ଜାଣନ୍ତୁ ଏହି ପଖାଳ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ..

ଭାତରେ ପାଣି ପୁରାଇ ଏହାକୁ ରାତି ସାରା ରଖି ପରଦିନ ଖାଇବା ଦ୍ୱାରା ଏହା ଖଣିଜ ପଦାର୍ଥରେ ଭରପୁର ହୋଇଥାଏ। ଏହା ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ। ଏହି ପଖାଳ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ପଖାଳ ସେବନ ଦ୍ୱାରା ଶରୀରକୁ କାମ କରିବାକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ। ଥକ୍କାପଣ ଅନୁଭବ ହୋଇନଥାଏ।

ଆମେ ଯେତେବେଳେ ୧୦୦ଗ୍ରାମ ଭାତ ରୋଷେଇ କରିଥାଉ ସେଥିରେ ୩.୪ ମିଲିଗ୍ରାମ ଆଇରନ ରହିଥାଏ। ଯଦି ସମାନ ପରିମାଣର ବାସୀ ଭାତରେ ପାଣି ମିଶାଯାଏ , ତେବେ ସେଥିରେ ଆଇରନର ମାତ୍ରା ବୃଦ୍ଧି ପାଇ ୭୩.୯୧ ମିଲିଗ୍ରାମ ହୋଇଯିବ। ଏହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ।

ପଖାଳ ଭାତ ଖାଇବା ଦ୍ୱାରା ପେଟ ଥଣ୍ଡା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶରୀରର ତାପମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ। ପଖାଳ ଭାତ ଖାଇବା ଦ୍ବାରା ଅଲସର ହେବାର ସମସ୍ୟା ଦୂର ହୋଇଥାଏ।

ପଖାଳ ଭାତ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏହାସହ ପଖାଳ ଭାତରେ ସୋଡିୟମ, କ୍ୟାଲସିୟମ୍‌ର ମାତ୍ରା ବୃଦ୍ଧି ହୋଇଥାଏ ।

 

Leave A Reply

Your email address will not be published.