Latest Odisha News

ଅଧ୍ୟାପକ ଓ ପ୍ରିନସିପାଲଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଛାତ୍ରଛାତ୍ରୀ ଫେରାଦ

ନୟାଗଡ: ଶରଣକୁଳ କଲେଜର କିଛି ଛାତ୍ର ଓ କଲେଜ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ବା ରାଗିଂ ଅଭିଯୋଗ ଆଣି ଯୁକ୍ତ ଦୁଇ ଛାତ୍ରମାନେ ବୁଧବାର ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। କଲେଜର ଅଧ୍ୟାପକମାନେ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରରେ ନାମ ଲେଖାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏବଂ ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରକୁ ପ୍ରତ୍ୟାଖ୍ୟାନ କରିବାରୁ ପ୍ରିନସିପାଲ କିଛି ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ଜୁନିୟରଙ୍କୁ ରାଗିଂ କରିବାକୁ ପ୍ରବର୍ତ୍ତାଇଥିଲେ ବୋଲି ଅଭିଯାଗ ହୋଇଛି।

ଆମେ ପୂର୍ବରୁ କୋଚିଂ ସେଣ୍ଟରକୁ ଯାଉଥିଲୁ କିନ୍ତୁ କୋଚିଂ ସେଣ୍ଟରରେ ପାଠପଢ଼ା ଭଲନହେବାରୁ ସେଠାରୁ ନଯିବା ପାଇଁ ନିଷ୍ପତ୍ତି ନେଇଥିଲୁ। ପରେ କଲେଜର ଅଧ୍ୟାପକମାନେ ପ୍ରତିହିଂସାପରାୟଣ ହୋଇ ଅନ୍ୟ ଛାତ୍ରମାନଙ୍କୁ ଆମକୁ ମାଡ଼ ମାରିବାକୁ ପ୍ରବର୍ତ୍ତାଇଥିଲେ ବୋଲି ଜଣେ ଛାତ୍ରମାନେ ଉପଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ତେବେ କଲେଜର ପ୍ରିନସିପାଲ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶରଣକୁଳ ମହାବିଦ୍ୟାଳୟର ପ୍ରିନସିପାଲ ବସନ୍ତ ରଥ କହିଛନ୍ତି, ଅଭିଯୋଗ ମିଛ। ଏହା ଉପରେ ମୋର କିଛି କହିବାର ନାହିଁ।

ଏ ସମ୍ପର୍କରେ ନୟାଗଡ଼ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଶରଣକୁଳ କଲେଜର ପ୍ରାୟ ୨୪ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମୋତେ ଭେଟିବାକୁ ଆସି କଲେଜରେ ରାଗିଂ ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରିନସିପାଲ ମଧ୍ୟ ସେମାନଙ୍କୁ ସହଯୋଗ କରିନଥିବା ସେମାନେ କହିଛନ୍ତି। ସେମାନଙ୍କ ଦାବିକୁ ମୁଁ ଗ୍ରହଣ କରିଛି। ମୁଁ ତଦନ୍ତ କରିବି ଏବଂ ରିପୋର୍ଟ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

Leave A Reply

Your email address will not be published.