Latest Odisha News

BREAKING NEWS

ବହୁ ଗୁଣକାରୀ ବେଲ ; ବେଲ ସରବତ ପିଇଲେ ମିଳିଥାଏ ଏହି ସବୁ ଫାଇଦା…

ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ରହିଥାଏ । ତେଣୁ ଶରୀରର ଜଳର ଅଭାବକୁ ପୂରଣ କରିବାକୁ ବିଭନ୍ନ ପ୍ରକାର ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସମସ୍ତ ଫଳ ମଧ୍ୟରୁ ବେଲ ଏପରି ଏକ ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଫଳରୁ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ମିଳିଥାଏ । ଏହା କେବଳ ଶରୀରକୁ ରୋଗଠୁ ଦୂରେଇ ରଖିବାରେ ସାହାଯ୍ୟ କରେ ନାହିଁ ବରଂ ଶରୀରକୁ ପୃଷ୍ଟି ମଧ୍ୟ ଯୋଗାଇଥାଏ । ଅଧିକାଂଶ ଲୋକେ ବେଲ ସରବତ କିମ୍ବା ଏହାର ଜୁସ୍‌‌ ପିଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ତେବେ ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ…

ବେଲ ସରବତ କେବଳ ଉତ୍ତାପରୁ ରକ୍ଷା କରେ ନାହିଁ ବରଂ ଶରୀରକୁ ଥଣ୍ଡା ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ବେଲକୁ ନିୟମିତ ଖାଇବା ଦ୍ୱାରା ଶରୀରର ଆବଶ୍ୟକୀୟ ଅନେକ ପୋଷକ ତତ୍ତ୍ୱ ଯୋଗାଇବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

ଖରାଦିନେ କିଛି ଲୋକଙ୍କ ନାକରୁ ରକ୍ତ ବାହାରିବା ସମସ୍ୟା ଦେଖାଯାଏ। ସେମାନେ ନିୟମିତ ବେଲ ସରବତ ପିଅନ୍ତୁ।

ପେଟ ଖରାପ ଥିଲେ ବେଲ ସରବତ ପିଇବା ଖୁବ ଉପକାରୀ । ବେଲ ସରବତ ପିଇବା ଦ୍ୱାରା ପାଚନ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ବେଲ ସରବତ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ। ବେଲ ସରବତ ପିଇବା ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ବେଲ ସରବତ ରକ୍ତ ପରିଷ୍କାର କରିବାରେ ସହାୟକ ହେବା ସହ ଏହା ହୃଦୟ ଜନିତ ରୋଗ ଓ କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।
ବେଲ ସରବତ ପିଇବା ଦ୍ୱାରା କୋଲେଷ୍ଟ୍ରୋଲ୍‌‌ ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ। ବେଲ ସରବତ ପିଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ।

Leave A Reply

Your email address will not be published.