Latest Odisha News

BREAKING NEWS

ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ରଘୁନାଥ ମହାପାତ୍ର,  ଶଙ୍କର ଲାଲ, ଆଚାର୍ଯ୍ୟ, ଯୋଗେଶ ପାଣି ଏବଂ ଜାନକୀ ଝା ପାଇଲେ ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମୃତି ସମ୍ମାନ

ଭୁବନେଶ୍ବର : ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରର ସଭା ଗୃହରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ୨୦୨୩ ମସିହା ପାଇଁ ରଘୁନାଥ ମହାପାତ୍ର ଏବଂ  ଶଙ୍କର ଲାଲ ପୁରୋହିତଙ୍କୁ ପ୍ରଫେସର ରାଧାକାନ୍ତ ମିଶ୍ର ସାରସ୍ବତ ହିନ୍ଦୀ ସେବା ସମ୍ମାନ, ଆଚାର୍ଯ୍ୟ ଯୋଗେଶ ପାଣିଙ୍କୁ, ପ୍ରଫେସର ରାଧାକାନ୍ତ ମିଶ୍ର ବିଶିଷ୍ଟ ହିନ୍ଦୀ ସେବୀ ସମ୍ମାନ ଏବଂ ଜାନକୀ ଝାଙ୍କୁ ପ୍ରଫେସର ରାଧାକାନ୍ତ ମିଶ୍ର ଯୁବା ହିନ୍ଦୀ ସେବୀ ସମ୍ମାନ ପ୍ରଦାନ କରାଯାଇଛି ।

ସ୍ମରପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ବତ ସଭାରେ  ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି ଏବଂ  ଗଣେଶ ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସ୍ୱର୍ଗତ ମିଶ୍ରଙ୍କ କୃତି ସମୂହ ଉପରେ  ସତ୍ୟ ନାରାୟଣ ପଣ୍ଡା ଏବଂ  କବିତା ପାତ୍ର ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ।

ନାଟକଟିଏ ରଚିତ ହେଲାପରେ ମଞ୍ଚସ୍ଥ ହୁଏ କିନ୍ତୁ ମହାନାଟକ ସବୁ ଘଟିତ ହେଲାପରେ ହିଁ ତାହା ରଚିତ ହୁଏ । ପ୍ରଥିତଯଶା ବାଣୀପୁତ୍ର ପ୍ରଫେସର ମିଶ୍ରଙ୍କ ସହ ଠିକ ସେପରି କିଛି ଘଟିଥିଲା । ତାଙ୍କ ଆବର୍ତ୍ତମାନ ପରେ ହିଁ ତାଙ୍କ କୃତିକୁ ଉପଯୁକ୍ତ ସମ୍ମାନ ମିଳିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଅମୁଲ୍ୟ ରତ୍ନ ମହାନ୍ତିଙ୍କ ସଂଯୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ମୃତି ସଂସଦର ସଚିବ ସ୍ନେହଲତା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଷ୍ନୁପ୍ରିୟ ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି , ବୁଦ୍ଧିଜୀବୀ ଏବଂ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.