ଛୋଟ ପିଲାମାନେ ଚକୋଲେଟ୍ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ଚକୋଲେଟ୍ ପାଟିକୁ ବହୁତ ଭଲ ଲାଗେ । ପ୍ରତ୍ୟେକ ମା’ ପିଲାମାନଙ୍କୁ ଚକୋଲେଟ୍ ଖାଇବାକୁ ବାରଣ କରିଥାଆନ୍ତି । କାରଣ ଚକୋଲେଟ୍ ଖାଇଲେ ଦାନ୍ତ ପୋକ ଖାଇବା ସହ ପେଟରେ କୃମି ହେବା ପରି ସମସ୍ୟା ଦେଖାଯାଇଥାଏ । ବିଶେଷଜ୍ଞଦଳ ବି ସମାନ ମତ ଦେଇଛନ୍ତି। ଅଧିକ ପରିମାଣର ଚକୋଲେଟ୍ ଖାଇବା ଦେହ ପାଇଁ ଆଦୌ ଭଲ ନୁହେଁ। ହେଲେ, ବଜାରରେ ମିଳୁଥିବା ଏଇ ଡାର୍କ ଚକୋଲେଟ୍ ସମସ୍ତେ ଖାଇପାରିବେ। ବେଶୀ ନୁହେଁ, ସପ୍ତାହରେ ଥରେ କିମ୍ବା ଦୁଇଥର ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ।
ଡାର୍କ ଚକୋଲେଟ୍ ଖାଇଲେ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ସ୍ତର ବଢ଼େ । ଆମ ବଲିଉଡ ସିନେ ଅଭିନେତ୍ରୀ ମାନେ ସେମାନଙ୍କ ଖାଦ୍ୟ ତାଲିକାରେ ଏଇ ଚକୋଲେଟ୍କୁ ସ୍ଥାନ ଦେଇଥାନ୍ତି। ଯାହାକୁ ଖାଇଲେ, ତ୍ବଚାରେ ଚମକ ଆସେ।
ଡାର୍କ ଚକୋଲେଟ୍ ଅନ୍ୟ ଚକୋଲେଟ୍ ତୁଳନାରେ ସାମାନ୍ୟ ମହଙ୍ଗା। ଏଥିରେ ଅଧିକ ପରିମାଣରେ ସାଚୁରେଟେଡ୍ ଫ୍ୟାଟ୍ ରହୁଛି। ଏ ଦିଗରେ ଖାଦ୍ୟ ବିଶେଷଜ୍ଞଙ୍କ କହିଛନ୍ତି, ଡାର୍କ ଚକୋଲେଟ୍ରେ ଷ୍ଟିରିକ୍ ଏସିଡ୍ ନାମକ ସାଚୁରେଟେଡ୍ ଫ୍ୟାଟ୍ ରହିଛି। ଡାର୍କ ଚକୋଲେଟ୍ର ଛୋଟ ଖଣ୍ଡ ଖାଇଲେ ତାହା ଶରୀରରେ ଭଲ କୋଲେଷ୍ଟରଲର ସ୍ତର ବଢ଼ାଏ, ଯାହା ହୃଦ୍ଘାତର ଆଶଙ୍କା କମ୍ କରେ।
କେତେକ ଲୋକ ଡାର୍କ ଚକୋଲେଟ୍ ଖାଇବା ପରେ ସେମାନଙ୍କ ଓଜନ ବଢ଼ୁଥିବା କହିଥିଲେ। ବିଶେଷଜ୍ଞଙ୍କ ମତ ହେଲା, ଅଳ୍ପ ପରିମାଣର ଖାଇବା ଶରୀର ପାଇଁ ଭଲ। କୌଣସି ପ୍ରକାର ଖାଦ୍ୟ ପାନୀୟ ଅଧିକ ପରିମାଣରେ ଖାଇଲେ ତାହା କାରଣରୁ ଅନ୍ୟାନ୍ୟ ଅସୁବିଧା ଉପୁଜିଥାଏ।
ଉଚ୍ଚରକ୍ତଚାପ ରୋଗୀମାନେ ଡାକ୍ତରଙ୍କ ସହ ପରାମର୍ଶ କରି ଡାର୍କ ଚକୋଲେଟ୍ ଖାଇବା ଭଲ ।
Comments are closed.