Latest Odisha News

BREAKING NEWS

କର୍କଟ ରୋଗ ଦୂର କରିଥାଏ ଖଜୁରୀ….ଏକ ସପ୍ତାହ ଖାଅନ୍ତୁ ୩ଟି ଲେଖାଏଁ ଖଜୁରୀ  

ଆମେ ଆମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ସଚେତନ ରହିଥାଆନ୍ତି । ତେଣୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାରର ଫଳ ଖାଇଥାଉ । ସେଥି ମଧ୍ୟରୁ ଖଜୁରୀ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଖଜୁରୀକୁ ପୁରାତନ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କିମ୍ବା ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା। ଖଜୁରୀରେ ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ଏଥିସହ ଖଜୁରୀରେ ଔଷଧୀୟ ଗୁଣ ମଧ୍ୟ ରହିଛି । ଜାଣନ୍ତୁ କେତେ ପରିମାଣରେ ଏହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ…

-ଖଜୁରୀକୁ ନିୟମିତ ଭାବେ ସେବନ କଲେ ମସ୍ତିଷ୍କକୁ ଶାନ୍ତ ରଖିବା ସହ ଦୁଶ୍ଚିନ୍ତା ଦୂର କରିଥାଏ । ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଏହା ସହ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

-ଖଜୁରୀ ଖାଇଲେ ଶରୀରରେ ହିମୋଗ୍ଲୋବିନ୍‌ ବୃଦ୍ଧି ହୋଇଥାଏ । କେଶକୁ ସୁସ୍ଥ ରଖିବା ସହ ତ୍ୱଚାକୁ ବେଶ ଉଜ୍ଜ୍ୱଳ କରିଥାଏ ।
-ଖଜୁରୀରେ ଥିବା ପୋଷକ ତତ୍ତ୍ୱ ଓ ଫାଇବର ପେଟରେ ଉତ୍ତମ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ। ପେଟ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ । ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା ମଧ୍ୟ ଗ୍ୟାଷ୍ଟ୍ରିକ୍‌, ଏସିଡିଟି, କୋଷ୍ଠକାଠିନ୍ୟ, ବଦ ହଜମି ଭଳି ସମସ୍ୟାକୁ ଦୂର କରିଥାଏ ।

-ଏକ ଅଧ୍ୟୟନ ଅନୁଯାୟୀ, ଖଜୁରୀରେ ସେଲେନିୟମ ସହିତ ୧୫ ଖଣିଜ ରହିଛି । ଯାହା କର୍କଟ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା କମ୍‌ କରିଥାଏ । ଏହାସହ ସ୍ୱାସ୍ଥ୍ୟ ଅନେକ ସମସ୍ୟାକୁ ଦୂର କରିଥାଏ । ତେବେ ଏହାର ଉପକାରୀ ଗୁଣ ପାଇବାକୁ ଦିନକୁ ମାତ୍ର ୩ଟି ଖଜୁରୀ ଖାଆନ୍ତୁ। ଏହାକୁ ପ୍ରାୟ ଲଗାତାର ଏକ ସପ୍ତାହ ଯାଏଁ ସେବନ କରନ୍ତୁ।

-ଖଜୁରୀରେ ମ୍ୟାଗ୍ନେସିୟମ, ସେଲେନିୟମ, ମାଙ୍ଗାନିଜ୍‍ ଆଦି ରହିଥିବାରୁ ଏହା ହାଡ଼କୁ ମଜଭୂତ କରିବା ସହ ସୁସ୍ଥ ରଖିଥାଏ। ହାଡ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ଏହାସହ ଏଥିରେ ଭିଟାମିନ୍‍ -କେ ଭରପୁର ମାତ୍ରାରେ ରହିଛି। ରକ୍ତକୁ ପରିଷ୍କାର କରିବା ସହ ହାଡ ପାଇଁ ବେଶ ଉପକାରୀ ହୋଇଥାଏ।

-ଖଜୁରୀରେ ଥିବା ପ୍ରୋଟିନ, ଆଇରନ ଓ ଅନ୍ୟ ଭିଟାମିନ ମାଂସପେଶୀକୁ ମଜଭୂତ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାସହ ଆପଣଙ୍କୁ ନିରୋଗୀ ରଖିବା ସହ ଥକ୍କାପଣ ମଧ୍ୟ ଦୂର କରିଥାଏ।

-ଏପରି ଖଜୁରୀ ସେବନ କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବା ସହ କୋଲେଷ୍ଟେରୋଲ୍‍ ଦୂର କରିଥାଏ। ଯାହା ହୃଦୟ ଜନିତ ସମସ୍ୟାକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ।

 

Leave A Reply

Your email address will not be published.