Latest Odisha News

BREAKING NEWS

ତ୍ୱଚା ଓ କେଶ ପାଇଁ ଉପକାରୀ ଆମ୍ବ

ଖରା ଦିନରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ । ପିଲାଠୁ ବୁଢ଼ା ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରିଥାଆନ୍ତି । ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପୁଷ୍ଟିକରରେ ପରିପୂର୍ଣ୍ଣ । ଆମ୍ବରେ ଫାଇବର, ପ୍ରୋଟିନ୍‌, ଭିଟାମିନ୍‌ ସି, ଭିଟାମିନ୍‌ ଏ, ପୋଟାସିୟମ, ଭିଟାମିନ୍‌ ବି୧୬ ରହିଛି । ଆମ୍ବ ଏକ ଏପରି ଫଳ ତାହାକୁ ବିଭିନ୍ନ ଢଙ୍ଗରେ ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି। କେହି ତାହାକୁ କଞ୍ଚା ଥିବା ଅବସ୍ଥାରେ ଆଚାର କରନ୍ତି ତ ପୁଣି କିଏ ଆମ୍ବ ଖଟା କରି ଖାଇଥାନ୍ତି। କେହି କେହି ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରନ୍ତି ତ ପୁଣି କେହି ତାହାକୁ ଜୁସ୍‌ କରି ପିଇବାକୁ ଭଲପାଆନ୍ତି।

ଆମ୍ବ କେବଳ ପାଟି ସ୍ୱାଦିଷ୍ଟ ତାହା ନୁହେଁ ବରଂ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ। ଆମ୍ବ ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। ଭୋକ କମ୍‌ ଲାଗିଥାଏ। ଆମ୍ବ ଖାଇବା ଦ୍ବାରା ଆଖିଜନିତ ସମସ୍ୟାର ବି ସମାଧାନ ହୋଇଥାଏ। ଏହା କୋଲେଷ୍ଟ୍ରଲ୍‌ ସ୍ତର କମ୍‌ କରିବା ସହ ତ୍ବଚାକୁ ଚିକ୍କଣ କରିଥାଏ।

ଆମ୍ବରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର ପରିମ‌ାଣରେ ରହିଛି । ପ୍ରଚୁର ଆମ୍ବ ଖାଉଥିବା ବ୍ୟକ୍ତିଙ୍କ ଭିତରେ କର୍କଟ ହେବାର ସମ୍ଭାବନା ଖୁବ୍ କମ୍‌ ଥାଏ । ଏହା ତ୍ବଚା ଭଲ ରଖିବା ସହ କେଶ ପାଇଁ ବି ଖୁବ୍ ଭଲ ହୋଇଥାଏ।

ତେବେ କେହି କେହି ମଧୁମେହ ରୋଗୀ ଆମ୍ବ ଖାଇବାକୁ ଭୟ କରିଥାନ୍ତି, ମାତ୍ର ମନେ ରଖନ୍ତୁ ଯେ ମଧୁମେହ ରୋଗୀଙ୍କ ପାଇଁ ଆମ୍ବ ଆଦୌ ବି କ୍ଷତିକାରକ ନୁହେଁ। ଅଧିକ ମଧୁମେହ ରୋଗୀ ଭାବିଥାନ୍ତି ଆମ୍ବ ରକ୍ତରେ ଶର୍କରା ଭାଗକୁ ବଢ଼ାଇ ଥାଏ। ମାତ୍ର ତାହା ଭୁଲ୍‌ ଧାରଣା। ମଧୁମେହ ରୋଗୀମାନେ ବି ଆମ୍ବ ଖାଇପାରିବେ, କିନ୍ତୁ ଏଥିଲାଗି ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ।

 

Leave A Reply

Your email address will not be published.