Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଯେପରି ବ୍ୟାପକ, ସେହି ସେବା ଦେବା ପାଇଁ ନିଯୁକ୍ତ ସେବକ ଗୋଷ୍ଠୀ ମଧ୍ଯ ସେହିପରି ବ୍ୟାପକ। ସେଥି ମଧ୍ୟରୁ ଅନେକ ସେବକଙ୍କ ବିଷୟରେ ଆମେ ଅଳ୍ପ ଅଳ୍ପ ଆଲୋଚନା କରିସାରିଲେଣି। ଆଜି ସେହି କ୍ରମରେ ଆଲୋଚନା କରିବା ତିନି ଜଣ ସେବକଙ୍କ ବିଷୟରେ। ଯେଉଁମାନଙ୍କ କାର୍ଯ୍ୟ ମହାପ୍ରଭୁଙ୍କ ପ୍ରତକ୍ଷ ସେବାରେ ନଲାଗିଲେ ମଧ୍ଯ ପରୋକ୍ଷ ଭାବରେ ଏହାଙ୍କ ଯୋଗଦାନ ନିଶ୍ଚିତ ଭାବେ ଆବଶ୍ୟକ ଏହା ଅନସ୍ୱୀକାର୍ଯ୍ୟ। ସେମାନେ ହେଲେ ଛତlରସେବକ, ପତରବନ୍ଧା ସେବିକ, ଓ ତlଟୁଆ ସେବକ। ଆସନ୍ତୁ ଜାଣିବା ଛତାର ସେବକ ଙ୍କ ବିଷୟରେ, ଏମାନେ ଶାଢ଼ୀ ବନ୍ଧା ବ୍ରlହ୍ମଣ ସେବକ, ସେବାଟି ମଧ୍ଯ ବଂଶାନୁକ୍ରମିକ। ମୁଖ୍ୟତଃ ପ୍ରତିଦିନ ବଡ଼ସିଂହାର ପହୁଡ଼ ଆଳତି ବେଳେ ଶୟନ ଠାକୁରଙ୍କ ପାଖରେ ଛତି ଧରି କଳାହାଟ ଦ୍ୱାରରେ ଠିଆ ହୁଅନ୍ତି। ପହୁଡ଼ ଆଳତି ପରେ ଶୟନଠାକୁରଙ୍କ ସହ ଡମ୍ବରୁ ନିକଟକୁ ଆସନ୍ତି।ସେଠାରେ ପରମ୍ପରା ଅନୁସାରେ ସମସ୍ତ ବିଧି ପାଳନ ପରେ ଭିତରକୁ ବିଜେ କରି ଭଣ୍ଡାରଘର ଦ୍ୱାର ମୁହଁରେ ଛତି ରଖନ୍ତି। ଏହାଛଡା ପ୍ରତ୍ୟେକ ବିଜେ (ଭିତର ଓ ବାହାର ), ବେଢା ବୁଲା, ସର୍ବାଙ୍ଗ ସମୟରେ, ଏହି ଛତି ଧାରଣ ପୂର୍ବକ କାହାଳି ସହିତ ଯାଇଥାନ୍ତି। ବିଶେଷତଃ ସ୍ନାନ ମଣ୍ଡପ ବିଜେ, ଚନ୍ଦନ ବିଜେ, ଇତ୍ୟାଦି ସମସ୍ତ ବିଜେ ରେ ଏହି ଛତି ଧାରଣ ପୂର୍ବକ ସେବା ଯୋଗାଇ ଥାନ୍ତି। ପ୍ରକାଶ ଥାଉ କି ଏମାନେ ଛତି, ତରlସ, ଓ କଳାକନାଟି ଓ ଓଲାର ପ୍ରଭୃତି ଚାରି ପ୍ରକାର ଛତ୍ର ସେବା ପ୍ରଦାନ କରିଥାନ୍ତି।

ଏବେ ଜାଣିବା ତlଟୁଆ ସେବା ବିଷୟରେ। ଏହା ମଧ୍ଯ ବ୍ରlହ୍ମଣ ସେବକଙ୍କ ଦ୍ୱାରା କାରାଯାଏ, ସ୍ଥଳ ବିଶେଷରେ ଏହି ସେବା କେବଳ ପାଣି ଛୁଆଁ ଜାତିର ଲୋକେ କରିପାରିବେ। ତେଣୁ ଏହା ଶାଢ଼ୀ ବନ୍ଧା ସେବା ନୁହେଁ ଓ ସେଵା ମଧ୍ଯ ବଂଶାନୁକ୍ରମିକ ନୁହେଁ। ମୁଖ୍ୟତଃ ଏମାନେ ପ୍ରସାଦବଡୁଙ୍କ ଠାରୁ ଯେଉଁ ତlଟ, ବିଶେଷ ଭାବରେ ଘଣ୍ଟ, କାହାଳି ଛତ୍ର ଧାରଣ ନକରି ମହାରାଜଙ୍କ ନଅରକୁ ଯିବାର ଥାଏ। ସେହି ତାଟ ବା ସମସ୍ତ ପଦାର୍ଥକୁ ଏହି ତlଟୁଆମାନେ ନଅରକୁ ନେଇଥାନ୍ତି। ଏହା ମହାପ୍ରଭୁଙ୍କ ପରୋକ୍ଷ ସେବା ଭାବରେ ପରିଗଣିତ ହୁଏ। ସେହିଭଳି ଏକ ସେବା ପତର ବନ୍ଧା ସେବା, ଏହି ସେବକମାନେ ଚଷl ଜାତିର। କିନ୍ତୁ ଶାଢ଼ୀ ବନ୍ଧା ସେବକ ନୁହନ୍ତି। ଏହା ବଂଶାନୁକ୍ରମିକ ସେଵା ନହୋଇ ଥିବାରୁ ବର୍ତ୍ତମାନ ବନ୍ଦ ହୋଇ ଗଲାଣି।

ଏହି ସେବାର ମୂଖ୍ୟ କାର୍ଯ୍ୟ ଥିଲା ଶ୍ରୀମନ୍ଦିରରୁ ଯେତେ ସବୁ ତାଟ ନଅରକୁ ଯାଇଥାଏ। ସେସବୁ ତାଟରେ ଥିବା ପ୍ରତ୍ୟେକ ପଦାର୍ଥକୁ ପତରରେ ବାନ୍ଧି ତlଟୁଆ ସେବକଙ୍କୁ ଦେଇଥାନ୍ତି। ବର୍ତ୍ତମାନ ଏହି ସେବାର ଆବଶ୍ୟକତା ନଥିବାରୁ ବା ପତ୍ର ଅଭାବରୁ ଏହା ବନ୍ଦ ଅଛି । କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ପ୍ରତ୍ୟେକ ଟିକିନିକି କାର୍ଯ୍ୟକୁ ମଧ୍ଯ ପ୍ରାଧାନ୍ୟ ଦେଇ ପୁରାତନ କାଳରେ ଏପରି ସେଵାବା ପ୍ରଚଳନ ହୋଇଥିଲା। ଆଗାମୀ ଅଧ୍ୟାୟରେ ପୁଣି କିଛି ସେବକଙ୍କ କଥା ଆଲୋଚନା କରିବା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ତୁମ୍ଭ ବଚନେ ଅବତରି
ମଞ୍ଚେ ମନ୍ୟୁଷ ଦେହ ଧରି ।
ଅବନୀଭାରା କଲି ନାଶ
କେବଳ ନୋହିଲା ଉଶ୍ୱାସ ।
ଏ ଯଦୁକୂଳ ବାହୁ ବଳେ
ବ୍ରହ୍ମlଣ୍ଡ ଆଛାଦିବେ ହେଳେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.