Latest Odisha News

ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ

ଭୁବନେଶ୍ଵର: ଖରାଦିନେ ତରଭୁଜ ର ସ୍ୱାଦ ନିଆରା I ଡହ ଡହ ଖରାରେ ରାସ୍ତା ପାର୍ଶ୍ଵ ରେ ତରଭୁଜ ଦେଖିଲେ ସ୍ଵତ ପ୍ରଭୂତ ଭାବେ ପାଦ ଚାଲିଯାଏ ତରଭୁଜ ପାଖକୁ I କିନ୍ତୁ ତରଭୁଜ ଖାଇବା ଦ୍ୱରା ଆମ କୁ ବହୁ ପରିମାଣରେ ଉପକାର ମିଳିଥାଏ I  ତରଭୁଜରେ ଜଳୀୟଅଂଶ  ପ୍ରଚୁର ପରିମାଣରେ ରହିଥାଏ I  ତରଭୁଜ  ଖାଇବା ଦ୍ୱାରା ପେଟ ଭରିବା ସହିତ  ଶୋଷ ମଧ୍ୟ ମରିଯାଇଥାଏ I  ତରଭୁଜ ଥକାପଣ ଦୂର  କରିବା ସହିତ ହଜମ ପ୍ରକ୍ରିୟା ରେ ସାହାଯ୍ୟ ହେଇଥାଏ I  ତରଭୁଜ  ଖାଇବା ଦ୍ୱାରା   ହୃଦରୋଗରୁ ରକ୍ଷା ମିଳିଥାଏ । ତରଭୁଜ ଓଜନ କମ  କରିବା ଏବଂ  ଶରୀର ରୁ ଚର୍ବି  ହ୍ରାସ  କରିବାରେ ପ୍ରମୁଖ ଭୂମିକା ନେଇଥାଏ ।

ଏହା ଶରୀରରେ ରକ୍ତଚାପର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଯଦି ରକ୍ତଚାପ ସମସ୍ୟା ରହିଥାଏ ତେବେ ଆପଣ ତରଭୁଜ ଖାଇପାରିବୋ ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍ ରହିଥାଏ, ଯାହାକି ରକ୍ତଚାପକୁ ନିୟନ୍ତ୍ରଣ କରେ। ଏଥିରେ ଲାଇକୋପିନ୍ ନାମକ ଏକପ୍ରକାର ଉପାଦାନ ରହିଛି ଯାହାକି ହୃଦରୋଗର ଆଶଙ୍କାକୁ କମାଇଥାଏ। ତରଭୁଜରେ କ୍ୟାଲୋରୀର ପରିମାଣ ଖୁବ୍ କମ୍ ରହୁଥିବାରୁ ଓଜନ କମାଇବାକୁ ଚାହୁଁଥିବା ଲୋକମାନେ ଏହାକୁ ଡାଏଟରେ ସାମିଲ କରିପାରିବେ। ତରଭୁଜରେ ୯୨ ପ୍ରତିଶତ ପାଣି ଓ ମାତ୍ର ୮ ପ୍ରତିଶତ ସୁଗାର ବା ଶର୍କରା ଥାଏ। ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇଲେ କିଛି ଅସୁବିଧା ହୋଇନଥାଏ। ଏହା ଶରୀରରେ ପାଣିର ଅଭାବକୁ ପୂରଣ କରିଥାଏ। ଏହା ମଧ୍ୟ ଭିଟାମିନ୍ ଏ, ସି, ବି ୬ର ପ୍ରମୁଖ ଉତ୍ସ। ଏଥିରେ ପ୍ରଚୁର ପରିମାଣରେ ବିଟା କାରୋଟିନ୍ ଥାଏ ଯାହାକି ହୃଦରୋଗର ଆଶଙ୍କାକୁ କମାଇଥାଏ।

Comments are closed.