Latest Odisha News

BREAKING NEWS

କ୍ଷୀର ସହ ହେଙ୍ଗୁ ଖାଇଲେ ମିଳେ ଏହି ଫାଇଦା …..

ଓଡ଼ିଶା ସମ୍ବାଦ ବ୍ୟୁରୋ : ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିତାନ୍ତ ଜରୁରୀ  । ବିଭିନ୍ନ ଖାଦ୍ୟ ଭିତରେ କ୍ଷୀର ହେଉଛି ଉତ୍ତମ ପାନୀୟ  ।  ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ  । ତେବେ କ୍ଷୀର ସହ ହେଙ୍ଗୁକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। କ୍ଷୀର ଓ ହେଙ୍ଗୁ ଉଭୟ ପୋଷକ ତତ୍ତ୍ୱରେ ଭରପୁର। ତେଣୁ କ୍ଷୀରରେ ହେଙ୍ଗୁ ମିଶାଇ ପିଇବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର କରିଥାଏ।

ହେଙ୍ଗୁ ମିଶ୍ରିତ କ୍ଷୀର ପିଇବା ଖୁବ ଲାଭଦାୟକ । ହେଙ୍ଗୁ ସେବନ ଦ୍ୱାରା କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାସ ଓ ବଦହଜମି ସମସ୍ୟାକୁ ଦୂର କରିଥାଏ। ପାଚନ ସହ ଜଡିତ ସମସ୍ୟା, ପେଟ ସମସ୍ୟା ଥିଲେ ହେଙ୍ଗୁ ମିଶ୍ରିତ କ୍ଷୀର ପିଅନ୍ତୁ।

ଅନେକ ଲୋକଙ୍କ ପାଇଁ ଅର୍ଶ ସମସ୍ୟା ମୁଣ୍ଡ ବିନ୍ଧାର କାରଣ। ତେବେ ହେଙ୍ଗୁ ମିଶ୍ରିତ କ୍ଷୀର ପିଇବା ଦ୍ୱାରା ଅର୍ଶ ସମସ୍ୟାରୁ ମୁକ୍ତି ମିଳିଥାଏ। ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।

ଅନେକ ସମୟରେ ହଠାତ୍‌‌ ହେକୁଟି ଆରମ୍ଭ ହୋଇ ସହଜରେ କମିନଥାଏ। ଆପଣଙ୍କର ବାରମ୍ବାର ହେକୁଟି ହେଉଥିଲେ, ହେଙ୍ଗୁ ମିଶ୍ରିତ କ୍ଷୀର ପିଅନ୍ତୁ । କ୍ଷୀରରେ ହେଙ୍ଗୁ ମିଶାଇ ପିଇବା ଦ୍ୱାରା ହେକୁଟି ସମସ୍ୟା ଦୂର ହୋଇଥାଏ।

ହେଙ୍ଗୁ ମିଶ୍ରିତ କ୍ଷୀର ପିଇବା ଦ୍ୱାରା ଯକୃତ ପାଇଁ ଉପକାରୀ। ଏହାକୁ ପିଇବା ଦ୍ୱାରା ଯକୃତ ସହ ଜଡିତ ଅନେକ ସମସ୍ୟା ଦୂର ହାଇଥାଏ। ଏହା ଶରୀରକୁ ସଜେତ ଓ ଫୂର୍ତ୍ତି ରଖିବାରେ ବେଶ ସହାୟକ ହୋଇଥାଏ। ଏଥିସହ କାନରେ ହେଉଥିବା ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।

ତେବେ ଆପଣ ଜାଣିରଖନ୍ତୁ ହେଙ୍ଗୁ ମିଶ୍ରିତ କ୍ଷୀର ଆମ ଶରୀର ପାଇଁ କେତେ ଲାଭଦାୟକ

 

 

Comments are closed.