Latest Odisha News

ରାଜ୍ୟରେ ଭଲ ଅଛି କରୋନା ସ୍ଥିତି, ସଂକ୍ରମଣରେ ଆସୁଛି ସୁଧାର

ଭୁବନେଶ୍ବର : ରାଜ୍ୟରେ ଭଲ ଅଛି କରୋନା ସ୍ଥିତି । ଧିରେ ଧିରେ ସଂକ୍ରମଣ ସ୍ଥିତିରେ ଆସୁଛି ସୁଧାର । କିନ୍ତୁ ଚିନ୍ତା ବଢ଼ାଇଛି ପଡ଼ୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣ । ହେଲେ ଏଥିପାଇଁ ସଚେତନ ରହିଛି ସ୍ବାସ୍ଥ୍ୟ ବିଭାଗ । ବିଶେଷ କରି ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ରହିବାକୁ ପଡ଼ିବ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଏବେ ଟେଷ୍ଟିଂ, ସର୍ଭେଲାନ୍ସ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି । ଆଗାମୀ ଦିନରେ ଯେକୌଣସି ସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଅନ୍ୟପଟେ ଆସନ୍ତାକାଲିଠୁ ଘର ଘର ବୁଲି ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀ ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ । ପ୍ରଥମ ଡୋଜ୍‌ ନେବା ପରେ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲି ଯାଉଛନ୍ତି । ତେଣୁ ସେମାନଙ୍କୁ ଚିହ୍ନଟ କରାଯିବ । ତୁରନ୍ତ ଏହି ଲୋକମାନଙ୍କର ତାଲିକା ପ୍ରସ୍ତୁତ କରି ଦ୍ବିତୀୟ ଡୋଜ୍ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନଭେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ଚେଷ୍ଟଶ ଚଳାଇଛି ସ୍ବାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.