Latest Odisha News

BREAKING NEWS

କେନ୍ଦୁଝରରେ ବିଜେପିର ବିକ୍ଷୋଭ, ପୋଲିସର ଲାଠିଚାର୍ଜରେ ୪ ଗୁରୁତର

କେନ୍ଦୁଝର : ମମିତା ମେହେର ହତ୍ୟା ଘଟଣାରେ ୪ ଦଫା ଦାବି ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଏସପି ଅଫିସ ଘେରାଉ କରାଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସେହିପରି ଜିଲ୍ଲାରେ ଲଗାତର ୪ ଦିନରେ ୪ଟି ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଛି । ଆଇନଶୃଙ୍ଖଳା ଫେଲ୍ ମାରିବା ଓ ଅପରାଧ ନିୟନ୍ତ୍ରଣରେ ଫେଲ୍ ମାରିଥିବା କେନ୍ଦୁଝର ଏସ୍.ପି ଏବଂ ଜିଲ୍ଲାପାଳଙ୍କ ବଦଳି ଦାବି କରିଛି ବିଜେପି । ତେବେ ବିଜେପିର ବିକ୍ଷୋଭ ବଳେ ଲାଗିଚାର୍ଜ କରିଛି ପୋଲିସ । ଯେଉଁଥିର ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ବ୍ୟାରିକେଡ୍ ଭାଙ୍ଗି ବିଜେପି କର୍ମୀ ଏସପିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଲାଠିଚାର୍ଜ କରିଛି ପୋଲିସ । ଲାଠି ମାଡ଼ରେ ଜଣେ ନିରୀହ ଲୋକର ମୁଣ୍ଡ ଫାଟି ଥିବା ବେଳେ, ୪ ଜଣ ବଜେପି କର୍ମୀ ଆହତ ହୋଇଛନ୍ତି । ପ୍ରତିବାଦ ବେଳେ ପୋଲିସ ଉପରକୁ ଅଣ୍ଡାମାଡ କରିଛନ୍ତି ବିଜେପି କର୍ମୀ । କିଛି ମହିଳା ବିଜେପି କର୍ମୀଙ୍କୁ ପୁରୁଷ ପୋଲିସ ମାଡ ମାରିବାକୁ ହାତ ଉଠାଇଥିବା ଅଭିଯୋଗ ହୋଇଛି । ଘଟଣାରେ ବିଜେପି ଜିଲ୍ଲା ସଭାପତି ଏବଂ ମହିଳା ଜିଲ୍ଲା ସଭାପତିଙ୍କ ସମେତ ୧୨ ଜଣ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.