Latest Odisha News

BREAKING NEWS

ଜୁଲାଇରେ ରାଜ୍ୟରେ କମିବ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ମାମଲା ଦିନକୁ ଦିନ ହ୍ରାସ ପାଉଥିବା ବେଳେ, ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଦିଆଯାଉଛି । ତେବେ ଜୁଲାଇ ସୁଦ୍ଧା ରାଜ୍ୟରେ ପଜିଟିଭ ସଂଖ୍ୟା କମିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ୫୦୦ ରୋଗୀ ଭେଣ୍ଟିଲେଟରରେ ଓ ଆଇସିୟୁରେ ୨୦୦୦ ରୋଗୀଙ୍କ ଚିକିତ୍ସା କରାଯାଉଛି । ଏହାସହ ମୃତ୍ୟୁସଂଖ୍ୟା ମଧ୍ୟ ଧୀରେ ଧୀରେ କମିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ B କ୍ୟାଟେଗୋରୀରେ ଥିବା ଜିଲ୍ଲାରେ ଅନବରତ ଚଳପ୍ରଚଳ ହେଉଥିବାରୁ ସରକାର ସେଠାରେ ଲକଡାଉନ ବୃଦ୍ଧି କରିଛନ୍ତି । ଏସବୁ ଜିଲ୍ଲାରେ ସଂକ୍ରମଣ ସଂଖ୍ୟାରେ ହ୍ରାସ କାଟେଗୋରୀ ଜିଲ୍ଲାରେ ସ୍ବାଭାବିକ ହୋଇଛି ସ୍ଥିତି । ଏଭଳି ସ୍ଥିତିରେ ଯଦି ରାଜ୍ୟବାସୀ କୋଭିଡ କଟକଣା ମାନନ୍ତି, ତେବେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିବ । ଯଦି ନିୟମ ଉଲ୍ଲଂଘନ କରାଯାଏ ତେବେ ରାଜ୍ୟରେ ପୂର୍ବଭଳି ସ୍ଥିତି ଦେଖାଦେବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Leave A Reply

Your email address will not be published.