Latest Odisha News

କରୋନାର ଦ୍ବିତୀୟ ଲହରରେ ଗଲାଣି ୮୦୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା କବଳରେ ଡାକ୍ତର । କରୋନାର ଶିକାର ପାଲଟିଛନ୍ତି ଜୀବନ ରକ୍ଷା କରୁଥିବା ଡାକ୍ତର । କେବଳ ଦ୍ବିତୀୟ ଲହରରେ ଗଲାଣି ଭାଇରସ ନେଲାଣି ୮୦୦ ଡାକ୍ତରଙ୍କ ଜୀବନ । ମୋଟା ମୋଟି ଭାବେ କହିବାକୁ ଗଲେ, ଉଭୟ ପ୍ରଥମ ଓ ଦ୍ବିତୀୟ ଲହରରେ କିଲର କରୋନା ନେଇଛି ଦେଢ଼ ହଜାରରୁ ଅଧିକ ଡାକ୍ତରଙ୍କ ଜୀବନ । ଏନେଇ ଏକ ଚିନ୍ତାଜନକ ତଥ୍ୟ ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ତେବେ ବିହାର ଓ ଦିଲ୍ଲୀରେ ସର୍ବାଧିକ ଡାକ୍ତର କୋଭିଡରେ ପ୍ରାଣ ହରାଇଥିବା ସ୍ପଷ୍ଟ କରିଛି ଆଇଏମଏ ।

କର୍ଣ୍ଣାଟକରେ ୫ମାସ ଗର୍ଭବତୀ ଜଣେ ଡାକ୍ତର ପ୍ରାଣ ହରାଇଛନ୍ତି । ସେହିପରି ତେଲେଙ୍ଗାନାରେ ୯୬ ବର୍ଷ ବୟସ୍କ ଜଣେ ରେଡିଓଲୋଜିଷ୍ଟଙ୍କ ଜୀବନ ନେଇଛି ମହାମାରୀ । ବିହାରରେ ୮୦ ବର୍ଷର ଜଣେ ଡାକ୍ତରଙ୍କ ଜୀବନ ନେଇଛି ଭାଇରସ । ମୃତ ଡାକ୍ତରଙ୍କ ମଧ୍ୟରୁ କିଛି ଡାକ୍ତର ଦୁଇଟି ଯାକ ଡୋଜ ନେଇଥିବା ବେଳେ ଆଉ କେତେ ଜଣ ପ୍ରଥମ ଡୋଜ ନେଇଥିଲେ । ଆଇଏମଏ ମହାସଚିବ ଡାକ୍ତର ଜୟେଶ ଲେଲେ କହିଛନ୍ତି ଯେ, ପ୍ରତି ରାଜ୍ୟରୁ ଡାକ୍ତଣଙ୍କ ମୃତ୍ୟୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।ବର୍ତ୍ତମାନ ସୁଦ୍ଧା ଦ୍ବିତୀୟ ଲହରରେ ୮୦୦ ଡାକ୍ତର ପ୍ରାଣ ହରାଇଛନ୍ତି । ଜୀବନ ଯାଇଛି ବୋଲି ଜଣାପଡ଼ିଛି ।

ଆଇଏମଏର ତଥ୍ୟ ଅନୁସାରେ, ଦିଲ୍ଲୀରେ ୧୨୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ, ବିହାରରୁ ୧୧୫, ଉତ୍ତରପ୍ରଦେଶରୁ ୭୯, ପଶ୍ଚିମବଙ୍ଗରୁ ୬୨, ତାମିଲନାଡୁରୁ ୫୧, ରାଜସ୍ଥାନରୁ ୪୪, ଆନ୍ଧ୍ରପ୍ରଦେଶରୁ ୪୨, ଗୁଜରାଟ ଓ ଝାରଡଖଣ୍ଡରୁ ୩୯ ଜଣ ଲେଖାଏଁ, ତେଲେଙ୍ଗାନାରୁ ୩୭, ଓଡ଼ିଶାରୁ ୩୬, କାରଳରୁ ୨୪, ମହାରାଷ୍ଟ୍ରରୁ ୨୩, ହରିୟାଣାରୁ ୧୯ ଓ ଆସାମରୁ ୧୦ ଜଣ ଡାକ୍ତର ମହାମାରୀ କରୋନାରେ ପ୍ରାଣ ହରାଇଲେଣି ।

Leave A Reply

Your email address will not be published.