Latest Odisha News

ରାଜ୍ୟରେ ପୁଣି ବଢ଼ିବ ସଂକ୍ରମଣ, ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ପୁଣି ବଢ଼ିପାରେ ମହାମାରୀ କରୋନା ସଂକ୍ରମଣ । ଏଭଳି ପୂର୍ବନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିପାରେ ବୋଲି ଆକନ କରିଛି ସ୍ବାସ୍ଥ୍ୟ ବିଭାଗ । ଅକ୍ଟୋବର ଓ ନଭେମ୍ବର ମାସରେ ସଂକ୍ରମଣ ବୃଦ୍ଧି ପାଇପାରେ । ତେଣୁ ଏହା ପୂର୍ବରୁ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସହ, ଆଇସିୟୁ ଏବଂ ଔଷଧ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ବର୍ତ୍ତମାନ ଦେଶର ୮୮ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏପଟେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫ ପ୍ରତିଶତ ଉପରେ ରହୁଛି ପଜିଟିଭିଟି । ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଟିକାକରଣ, ସର୍ଭେଲାନ୍ସ, କଣ୍ଟାକ୍ଟ ଟ୍ରେସିଂ, ଟ୍ରିଟମେଣ୍ଟ ଉପରେ ଗୁରୁତ୍ବ ଦିଆଯାଉଛି । ଏହାସହ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ କହିଛି ସ୍ବାସ୍ଥ୍ୟ ବିଭାଗ । ତେବେ ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.