Latest Odisha News

BREAKING NEWS

ବନ୍ୟା ଆଶଙ୍କା ନାହିଁ, ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଖସୁଛି ଜଳସ୍ତର

ଭୁବନେଶ୍ବର : ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ କମିଛି ଜଳସ୍ତର । ଜଳସ୍ତର ହ୍ରାସ ପାଉଥିବା ବେଳେ, ଆଉ ବନ୍ୟା ଆଶଙ୍କା ମଧ୍ୟ ନାହିଁ । ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି । ତେଣୁ ସମୁଦ୍ରକୁ ପାଣି ଯାଇ ନପାରି ତଳି ଅଞ୍ଚଳରେ ପାଣି ଛାଡିବାରେ ବିଳମ୍ବ ହେଉଛି । ବିଭିନ୍ନ ନଦୀରେ ପାଣି ଆସିବାରୁ ବିଭିନ୍ନ ନଦୀବନ୍ଧରେ ୮ଟି ଛୋଟ ଘାଇ ହୋଇଥିଲା । ତେବେ ସେଗୁଡିକୁ ବାଲିବସ୍ତା ପକାଇ ମରାମତି କରାଯାଇଛି ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ।

ଅନ୍ୟପଟେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ଫଳରେ ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ ଅଞ୍ଚଳ ପ୍ରବାହିତ ହେଇଛି । ବାଲିଆପାଳ ଓ ଭୋଗରାଇ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡି ଯିବାରୁ ଫସଲ ନଷ୍ଟ ହୋଇଛି । ସେହିପରି ଜଳକା ନଦୀ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏପଟେ ପୁରୀ କଥା ଯଦି ନଜର ପକାଇବା, ତେବେ କଣାସ ଦୟା ନଦୀରେ ଆସିଛି ଉପରମୁଣ୍ଡରୁ ପ୍ରବାହିତ ବନ୍ୟା ଜଳ । ଜଳସ୍ତର ବଢ଼ିବା ସହ ଫୁଲିଛି ନଦୀ । କିନ୍ତୁ ଯେଉଁଭଳି ବନ୍ୟା ଆଶଙ୍କା କରାଯାଉଥିଲା, ତାହା ହୋଇନାହିଁ । ଯାହାକି ଲୋକଙ୍କ ମନରେ ଆଶ୍ବସ୍ତି ଆଣିଛି ।

Leave A Reply

Your email address will not be published.