Latest Odisha News

ରାଜ୍ୟରେ ପ୍ରାୟ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର : ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ଆକ୍ରାନ୍ତ ସଂଖ୍ୟା ହାସ ପାଉଥିବା ବେଳେ, ଆଶ୍ବସ୍ତି ହେଉଛନ୍ତି ଲୋକେ । ଏଭଳି ସ୍ଥିତିରେ ରାଜ୍ୟରେ ପ୍ରାୟ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି । ସ୍ବାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ପଜିଟିଭ ସଂଖ୍ୟା କମୁଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଏବେ ଦୈନିକ ପାଖାପାଖି ୭୦ ହଜାର ଟେଷ୍ଟିଂ କରାଯାଉଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ରାଜ୍ୟରେ ସଂକ୍ରମଣ କମୁଛି, ହେଲେ ଢ଼ିଲା ହେବା ଉଚିତ ନୁହେଁ । ସଚେତନ ଓ ସତର୍କ ରହିଲେ ସଂକ୍ରମଣକୁ ପ୍ରତିହତ କରାଯାଇପାରିବ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସର୍ଭେଲାନ୍ସ ଜାରି ରହିଛି । ସେହିପରି ସ୍କୁଲ ଖୋଲିବା ଦରକାର, କିନ୍ତୁ ନିଜେ ନିଜ ହିସାବରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଶିକ୍ଷକମାନେ ସ୍ଥିତି ତଦାରଖ କରିବା ସହ ଅଭିଭାବକ ମଧ୍ୟ ଦାୟିତ୍ବବାନ ହେବା ଦରକାର । ଏହାସହ ଶିଶୁଙ୍କୁ ଟିକାକରଣ ନେଇ ନିର୍ଦ୍ଦେଶ ଆସିଲେ ଶିଶୁଙ୍କ ଟିକାକାରଣ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

Comments are closed.