Latest Odisha News

BREAKING NEWS

ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ଧାରଣା

ଯାଜପୁର : ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ଧାରଣା । ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ତାଲା ପକାଇବା ସହ ଧାରଣା ଦେଇଛନ୍ତି । ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ଚାଲିଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଅସ୍ଥାୟୀ ଦ୍ବିତୀୟ କ୍ୟାମ୍ପସରେ ଅଧ୍ୟାପକ ନଥିବା ବେଳେ, ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ ।

ଲାଇବ୍ରେରୀରେ ବହି ନଥିବା ବେଳେ, ଛାତ୍ରଛାତ୍ରୀଙ୍କୁ କ୍ଲିନିକାଲ ପଢ଼ାଯାଉ ନଥିବା ସହ ବ୍ୟାପକ ଅବ୍ୟବସ୍ଥା ଭିତରେ କ୍ୟାମ୍ପସରେ ରହିଛି । ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ପୂର୍ବରୁ ମଧ୍ୟ ଧାରଣା ଦେଇଥିଲେ । ଉଚ୍ଚ କର୍ତ୍ତୃପକ୍ଷ ଆଲୋଚନା କରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ଯାଏ କୌଣସି ପଦକ୍ଷେପ ନିଆଗଲା ନାହିଁ । ଫଳରେ ଆଜି ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି । ଏଠାରେ ୮୨ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ, ମାତ୍ର ୪ ଜଣ ଅଧ୍ୟାପକ ଅଛନ୍ତି । ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ତେବେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.