Latest Odisha News

BREAKING NEWS

ଡରାଇଲାଣି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ, ବିଭିନ୍ନ ରାଜ୍ୟରେ ଚିହ୍ନଟ ହେଲାଣି ୪୦ ମାମଲା

ଭୁବନେଶ୍ବର : ଚିନ୍ତା ବଢାଇଛି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ । କିଛି ରାଜ୍ୟରେ ଚିହ୍ନଟ ହେଲାଣି ୪୦ ଡେଲଟା ପ୍ଲସ ଭ୍ୟାରିଏଣ୍ଟ । ଏହା ଡେଲଟା ଭାଇରସର ଏକ ମ୍ୟୁଟାଣ୍ଟ ବୋଲି ଜଣାପଡିଛି । ଏହି ମାମଲା ଚିହ୍ନଟ ହେବା ପରେ ସବୁ ସ୍ତରରେ ଚାଲିଛି ଅନୁଧ୍ୟାନ । କେତେ ସଂକ୍ରମଣ କରିବ, କେତେ ଗୁରୁତର ସାବ୍ୟସ୍ତ ହେବେ ଓ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ କିପରି ରହିବ ସେନେଇ ଅନୁଧ୍ୟାନ ଚାଲିଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସେପଟେ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଅଧିକ ମାରାତ୍ମକ ହେବ । ଏହା ଦ୍ରୁତ ସଂକ୍ରମଣ ସହ ସ୍ନାୟୁକୁ ଅଧିକ କ୍ଷତି କରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଦ୍ବିତୀୟ ଲହର ଅପେକ୍ଷା ଏହି ଡେଲ୍ଟା ପ୍ଲସ ଅଧିକ ଘାତକ ସାଜିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ଦିନକୁ ଦିନ ଏହି ମାମଲା ବଢୁଥିବା ବେଳେ, ମୁକାବିଲା ପାଇଁ ସଜାଗ ଅଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏଭଳି ସ୍ଥିତିରେ ଯଦି ଜନସାଧାରଣ କୋଭିଡ ନିୟମ ନମାନ୍ତି, ତେବେ ପରିସ୍ଥିତି ଆଗକୁ ଜଟିଳ ହେବାର ସମ୍ଭାବନା ରହିଛି । ଏହାସହ ପରିସ୍ଥିତି ବିଗିଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

Leave A Reply

Your email address will not be published.