ଭୁବନେଶ୍ୱର: ବଢ଼ିଲା ବିଧାୟକଙ୍କ ସ୍ୱାସ୍ଥ୍ୟ ବୀମା। ଓଡିଶାର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ପାଇଁ ବାର୍ଷିକ ସ୍ୱାସ୍ଥ୍ୟବୀମା କଭରେଜକୁ ଦୁଇଗୁଣା କରାଯାଇଛି। ଯାହା ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି । ବୁଧବାର ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ଏହି ସେବା ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରୁ ଲାଗୁ ହେବ।
ବାଚସ୍ପତି ବିକ୍ରମ କେଶରୀ ଆରୁଖ ବୀମା କଭରେଜ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି।
ଏହାଦ୍ୱାରା ମୋଟ ୨୧୨ ଜଣ ଉପକୃତ ହେବେ। ଯେଉଁଥିରେ ମନ୍ତ୍ରୀଙ୍କୁ ବାଦ୍ ଦେଲେ ବର୍ତ୍ତମାନର ବିଧାନସଭାର ୧୨୪ ଜଣ ବିଧାୟକ ଏବଂ ସେମାନଙ୍କ ମଧ୍ୟରୁ ୮୮ ଜଣଙ୍କ ପତ୍ନୀ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମା ଦ୍ୱାରା ଉପକୃତ ହେବେ। ସେହିପରି ୩୧୭ ଜଣ ପୂର୍ବତନ ସଦସ୍ୟ ଓ ସେମାନଙ୍କ ୨୪୫ ଜଣ ସ୍ୱାମୀ/ସ୍ତ୍ରୀ ମଧ୍ୟ ଏବେ ଏହି ସୁବିଧା ପାଇପାରିବେ।
୨୦୧୨-୧୩ ମସିହାରୁ ରାଜ୍ୟ ସରକାର ସମସ୍ତ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଜାତୀୟ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମାଧ୍ୟମରେ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରି ଆସୁଛନ୍ତି।
Comments are closed.