ନୂଆଦିଲ୍ଲୀ: ଚାରିଆଡେ କରୋନା ଭାଇରସ କୋକୁଆ ଭୟ । ସାରା ବିଶ୍ୱରେ ମାଡି ଚାଲିଛି କରୋନା ଭୂତାଣୁର ସଂକ୍ରମଣ । ଭାରତରେ ମଧ୍ୟ ଏହି ଭାଇରସର ଭୟ ଦେଖିବାକୁ ମିଳିଛି । ରାଜ୍ୟସଭାରେ ଦେଶର କରୋନା ସ୍ଥିତି ନେଇ ମତ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଭାରତରେ ୨୮ ହଜାର ୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି ।
ଏବେ ଯାଏ ଭାରତରେ ୨୯ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ଆହୁରି ୨୬ ଜଣ କରୋନା ଆକ୍ରାନ୍ତରେ ଚିକିତ୍ସିତ ହେଉଛନ୍ତି । ଭାରତ ସରକାର ଏନେଇ ପଦକ୍ଷେପ ନେଇଛନ୍ତି । ସମସ୍ତ ମେଡିକାଲରେ ଆଇସୋଲେସନ୍ ୱାର୍ଡ ହୋଇଛି । ସଂକ୍ରମିତ ହେବାର ୧୪ ଦିନ ପରେ ରୋଗ ଜଣାପଡିଥାଏ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।
କରୋନା ପାଇଁ ସବୁ ବିମାନ ବନ୍ଦରରେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ୨୧ଟି ବିମାନ ବନ୍ଦରରେ ୩ଶହ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସବୁଠି ସ୍କ୍ରିନିଂ କରାଯାଉଛି । ଚୀନ୍, ଦକ୍ଷିଣ କୋରିଆ, ଜାପାନ, ଇଟାଲୀ ପାଇଁ ଭିସା ବାତିଲ କରାଯାଇଥିବା କହିଛନ୍ତି ଡକ୍ଟର ହର୍ଷବର୍ଦ୍ଧନ ।
BREAKING NEWS
- ବ୍ରହ୍ମବରଦା ବଜାରରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ
- ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା; ଦ୍ୱିତୀୟ ସ୍ଥାନ ଅଧିକାର କଲା ଓଡ଼ିଶା ପୋଲିସ
- ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ପୁରୀ ଶଙ୍କରାଚାର୍ଯ୍ୟ
- ଏପ୍ରିଲ ୩ ଯାଏଁ ରାଜ୍ୟରେ କାଳବୈଶାଖୀ: ୪୦ରୁ ୫୦ କିମି ଯାଏଁ ରହିବ ପବନର ବେଗ
- ଆଇପିଏଲ୍ ୨୦୨୬: ଆରସିବି ରଚିଲା ଇତିହାସ, ଏସ୍ଆର୍ଏଚ୍କୁ ୬ ୱିକେଟ୍ରେ ଦେଲା ମାତ୍
- ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ
- ରେୟମଣ୍ଡର ପୂର୍ବତନ ଚେୟାରମ୍ୟାନ୍ ବିଜୟପତ୍ ସିଂହାନିଆଙ୍କର ପରଲୋକ
- ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ଼;ଥାନାରେ ଲିଖିତ ଅଭିଯୋଗ
- PM Modi talks with Saudi: ‘ଆମେ ଏଥିରେ ସହମତ ହୋଇଥିଲୁ…’, ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସଙ୍କ ସହ କ’ଣ ଆଲୋଚନା କଲେ ଜାଣନ୍ତୁ
- ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…
Comments are closed.