Latest Odisha News

ରାଜ୍ୟରେ ‘ଓମିକ୍ରନ’ ସଂକ୍ରମଣ ବୃଦ୍ଧି ନେଇ ସମୀକ୍ଷା ବୈଠକ ଡାକିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରମ ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ବୈଠକ ଡାଲିକେ ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କରୋନା ଓ ଓମିକ୍ରନ ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢିବା ନେଇ ବୈଠକ ଡାକିଛନ୍ତି । ରାଜ୍ୟରେ ଓମିକ୍ରନ ସଂକ୍ରମଣ କିପରି ରୋକାଯାଇ ପାରିବ ସେ ଉପରେ ବିସ୍ତୃତ ଆଲୋଚନା କରାଯିବ ।

ରାଜ୍ୟରେ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟେରେ ଦୁଇ ଦିନ ହେଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହେବାରେ ଲାଗିଛି । ଯାହା ଫଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାର ମାନଙ୍କୁ ନେଇ ଏକ ବୈଠକ ଡାକିଛନ୍ତି । ଅହରାହ୍ନ ୧ରେ ଲୋକସଭା ଭବନରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି ।

Comments are closed.