Latest Odisha News

BREAKING NEWS

ଯୋଗ ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ‘ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର’

ଭୁବନେଶ୍ୱର: ଆଜି ସମଗ୍ର ବିଶ୍ବରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ରାଜ୍ୟର ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମ ଠାରେ ମଧ୍ୟ ଯୋଗ ଦିବସ ପାଳନ ହୋଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ବଡ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଖୁବ୍‌ ଶୀଘ୍ର ରାଜ୍ୟର ପ୍ରତି ପଞ୍ଚାୟତରେ ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଆରୋଗ୍ୟମ ସେଣ୍ଟର ଖୋଲିବ । ଯୋଗାଭ୍ୟାସ ଦ୍ୱାରା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ପ୍ରତି ଆରୋଗ୍ୟମ ସେଣ୍ଟରରେ ଯୋଗ ଶିକ୍ଷକ ରହିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ।

 

Leave A Reply

Your email address will not be published.