ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ ଲାଇନ୍ ଜାରି ହୋଇଛି । କରେନା ସଂକ୍ରମଣର ପୂର୍ବ ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ ହୋମ୍-କ୍ୱାରେଣ୍ଟାଇନ୍ରେ ରହିପାରିବେ ସମ୍ପୃକ୍ତ ବ୍ୟକ୍ତି । ଡାକ୍ତରଙ୍କ ପରାମର୍ଶରେ ହାଇଡ୍ରୋକ୍ଲୋରୋକ୍ୱିନ୍ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି । ତେବେ ଏଥିପାଇଁ ଘରେ ଜଣେ କେୟାରଟେକର ରହିବେ । ଯେ କି ହସ୍ପିଟାଲ ଓ ରୋଗୀ ମଧ୍ୟରେ କାମ କରିବେ । ଯେତେବେଳେ ଲକ୍ଷଣ ଅଧିକ ବଢିବ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ।
କ’ଣ ରହିଛି ଗାଇଡଲାଇନ୍?
– ଘରେ ଆଇସୋଲେସନ ସୁବିଧା ରହିବା ଉଚିତ, ଏଥି ସହିତ ଘରେ ରହୁଥିବା ବାକି ଲୋକଙ୍କ ପାଇଁ ମଧ୍ୟ ଅଲଗା ରହିବାର ସୁବିଧା ରହିବା ଆବଶ୍ୟକ।
– ଜଣେ କେୟାରଟେକର ୨୪ ଘଣ୍ଟା ପାଇଁ ରୋଗୀଙ୍କ ସାଥିରେ ରହିବା ଆବଶ୍ୟକ, ଯିଏ କି ଡାକ୍ତର ଓ ରୋଗୀ ଯୋଗାଯୋଗରେ ରହିବେ ।
– କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାଇଡ୍ରୋକ୍ଲୋରୋକ୍ୱିନ୍ ନେବା ଆବଶ୍ୟକ।
–ସରକାରଙ୍କ ‘ଆରୋଗ୍ୟ ସେତୁ’ ଆପ୍ ନିଜ ମୋବାଇଲରେ ଡାଉନଲୋଡ କରିବେ । ଏହାକୁ ମୋବାଇଲ ବ୍ଳୁ-ଟୁଥ ଏବଂ ୱାଇ-ଫାଇ ମାଧ୍ୟମରେ ପ୍ରତିଦିନ ଆକ୍ଟିଭ ରଖିବେ ।
–ଆକ୍ରାନ୍ତ ବ୍ୟକ୍ତି ନିୟମିତ ଜିଲ୍ଲା ସର୍ଭେଲାନ୍ସ ଅଫିସର ଓ ସର୍ଭେଲାନ୍ସ ଟିମ୍କୁ ସ୍ୱାସ୍ଥ୍ୟବସ୍ଥାର ତାଜା ତଥ୍ୟ ଦେବେ ।
–ଆକ୍ରାନ୍ତ ଜଣକ ହୋମ୍-କ୍ୱାରେଣ୍ଟାଇନର ସମସ୍ତ ଗାଇଡଲାଇନ ପାଳନ କରିବେ ବୋଲି ଏକ ଚୁକ୍ତି ସ୍ୱାକ୍ଷର କରିବେ ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.