ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ ଲାଇନ୍ ଜାରି ହୋଇଛି । କରେନା ସଂକ୍ରମଣର ପୂର୍ବ ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ ହୋମ୍-କ୍ୱାରେଣ୍ଟାଇନ୍ରେ ରହିପାରିବେ ସମ୍ପୃକ୍ତ ବ୍ୟକ୍ତି । ଡାକ୍ତରଙ୍କ ପରାମର୍ଶରେ ହାଇଡ୍ରୋକ୍ଲୋରୋକ୍ୱିନ୍ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି । ତେବେ ଏଥିପାଇଁ ଘରେ ଜଣେ କେୟାରଟେକର ରହିବେ । ଯେ କି ହସ୍ପିଟାଲ ଓ ରୋଗୀ ମଧ୍ୟରେ କାମ କରିବେ । ଯେତେବେଳେ ଲକ୍ଷଣ ଅଧିକ ବଢିବ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ।
କ’ଣ ରହିଛି ଗାଇଡଲାଇନ୍?
– ଘରେ ଆଇସୋଲେସନ ସୁବିଧା ରହିବା ଉଚିତ, ଏଥି ସହିତ ଘରେ ରହୁଥିବା ବାକି ଲୋକଙ୍କ ପାଇଁ ମଧ୍ୟ ଅଲଗା ରହିବାର ସୁବିଧା ରହିବା ଆବଶ୍ୟକ।
– ଜଣେ କେୟାରଟେକର ୨୪ ଘଣ୍ଟା ପାଇଁ ରୋଗୀଙ୍କ ସାଥିରେ ରହିବା ଆବଶ୍ୟକ, ଯିଏ କି ଡାକ୍ତର ଓ ରୋଗୀ ଯୋଗାଯୋଗରେ ରହିବେ ।
– କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାଇଡ୍ରୋକ୍ଲୋରୋକ୍ୱିନ୍ ନେବା ଆବଶ୍ୟକ।
–ସରକାରଙ୍କ ‘ଆରୋଗ୍ୟ ସେତୁ’ ଆପ୍ ନିଜ ମୋବାଇଲରେ ଡାଉନଲୋଡ କରିବେ । ଏହାକୁ ମୋବାଇଲ ବ୍ଳୁ-ଟୁଥ ଏବଂ ୱାଇ-ଫାଇ ମାଧ୍ୟମରେ ପ୍ରତିଦିନ ଆକ୍ଟିଭ ରଖିବେ ।
–ଆକ୍ରାନ୍ତ ବ୍ୟକ୍ତି ନିୟମିତ ଜିଲ୍ଲା ସର୍ଭେଲାନ୍ସ ଅଫିସର ଓ ସର୍ଭେଲାନ୍ସ ଟିମ୍କୁ ସ୍ୱାସ୍ଥ୍ୟବସ୍ଥାର ତାଜା ତଥ୍ୟ ଦେବେ ।
–ଆକ୍ରାନ୍ତ ଜଣକ ହୋମ୍-କ୍ୱାରେଣ୍ଟାଇନର ସମସ୍ତ ଗାଇଡଲାଇନ ପାଳନ କରିବେ ବୋଲି ଏକ ଚୁକ୍ତି ସ୍ୱାକ୍ଷର କରିବେ ।
BREAKING NEWS
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

Comments are closed.