Latest Odisha News

BREAKING NEWS

ଆଇସିୟୁରେ ଭର୍ତ୍ତି ହେଲେ ବଲିଉଡ଼ ଆକ୍ଟର୍ ଇରଫାନ ଖାନ୍‌

ମୁମ୍ବାଇ: ଅଭିନେତା ଇରଫାନ ଖାନ୍ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଦୁଇଦିନ ପୂର୍ବରୁ ଅଭିନେତା ଇର୍ଫାନଙ୍କ ମାଆଙ୍କର ବିୟୋଗ ଘଟିଥିଲା, ଏବେ ସେ ନିଜେ ଆଜି ଜରୁରୀ ଚିକିତ୍ସା ଲାଗି ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଇଣ୍ଡିଆ ଟୁଡ଼େରେ ମଙ୍ଗଳବାର ଦିନ ପ୍ରକାଶିତ ହୋଇଥିବା ଏକ ଖବର ଅନୁଯାୟୀ ହସ୍ପିଟାଲରେ ଇର୍ଫାନଙ୍କ ସହିତ ପତ୍ନୀ ସୁତପା ସିକଦାର, ପୁଅ ବବିଲ୍ ଓ ଆୟନ ଉପସ୍ଥିତ ରହିଛନ୍ତି ।

ଚାରିବର୍ଷ ପୂର୍ବରୁ ଏହି ୫୪ ବର୍ଷୀୟ ଅଭିନେତାଙ୍କ ଶରୀରରେ ନ୍ୟୁରୋ ଏଣ୍ଡୋକ୍ରିନ୍ ନାମକ ଟ୍ୟୁମର୍ ବୃଦ୍ଧି ହୋଇଥିଲା । ଚିକିତ୍ସା ଲାଗି ସେ ଦୀର୍ଘ ଦିନ ଧରି ବଲିଉଡ଼ ଜଗତରୁ ଦୂରରେ ଥିଲେ ।

ନିକଟରେ ଇର୍ଫାନଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜି ମିଡ଼ିୟମ୍‌’ ରିଲିଜ୍ ହୋଇଥିଲେ ମଧ୍ୟ କରୋନା ଲକ୍‌ଡ଼ାଉନ୍ ଯୋଗୁଁ ପ୍ରୋମୋଟ୍ ହୋଇପାରିନାହିଁ । ଇରଫାନ୍ ଚିକିତ୍ସିତ ହେଉଥିଲେ ମଧ୍ୟ ଲଣ୍ଡନରେ ଫିଲ୍ମଟି ସୁଟିଂ ହୋଇଥିଲା ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇରଫାନ୍ ଲକ୍‌ଡ଼ାଉନ ପରିସ୍ଥିତି ଏବଂ ନିଜର ଅସୁସ୍ଥତା ଯୋଗୁଁ ତାଙ୍କ ମାଆଙ୍କ ମୃତ୍ୟୁ ପରବର୍ତ୍ତୀ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନଥିଲେ ।

Leave A Reply

Your email address will not be published.