ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ତମ୍ବାଖୁ ସେବନର ଆଇନଗତ ବୟସ ସୀମା ୧୮ ବର୍ଷ ବୟସରୁ ୨୧କୁ ବୃଦ୍ଧି ପାଇବ ।
ଏନେଇ ଏକ ସୁପାରିଶ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କମିଟି ମନ୍ତ୍ରଣାଳୟକୁ ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ନିକଟଷର ଏସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ନିୟମ କାନୁନକୁ ଭାଙ୍ଗିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ୨୦୦ରୁ ୨ହଜାର ଟଙ୍କାର ଜୋରିମାନା ଲଗାଯିବ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଏହି ସୁପାରିଶକୁ ଖୁବଶୀଘ୍ର ଲାଗୁ କରାଯିବ । ତଦନୁଯାୟୀ ସିଗାରେଟ୍ ଆଣ୍ଡ ଅଦର ଟବାକୋ ପ୍ରଡକ୍ଟ ଆକ୍ଟ (କୋଟପା)ରେ ପରିବର୍ତ୍ତନ କରାଯିବ । ଆହୁରି ମଧ୍ୟ ଏହି ନିୟମ ଲାଗୁ ହେଲେ ୨୧ ବର୍ଷରୁ କମ୍ ବୟସ ପିଲାମାନେ ତମ୍ବାଖୁ ସେବନ କିମ୍ବା ସେମାନଙ୍କୁ ତମ୍ବାଖୁ ଜାତୀୟ ଦ୍ରବ୍ୟ ବିକ୍ରି କଲେ ମଧ୍ୟ ତାହାକୁ ଅପରାଧରେ ଗଣାଯିବ ।
ଏପରିକି ବାପା-ମାଆ ମାନେ କମ୍ ବୟସର ପିଲାମାନଙ୍କୁ ସିଗାରେଟ୍ କିମ୍ବା ତମ୍ବାଖୁ ଦ୍ରବ୍ୟ କିଣିବା ଲାଗି ଦୋକାନକୁ ମଧ୍ୟ ପଠାଇପାରିବେ ନାହିଁ ।
ଉଲ୍ଲେଖଯୋଗ୍ୟ, ତମ୍ବାଖୁ ଯୋଗୁଁ ପ୍ରତିବର୍ଷ ୧୦ ଲକ୍ଷ ବ୍ୟକ୍ତିଙ୍କର ପ୍ରାଣହାନୀ ହେଉଥିବା ନେଇ ସର୍ଭେରୁ ଜଣାପଡିଛି ।
Comments are closed.