Latest Odisha News

BREAKING NEWS

ଭାରତ ସରକାରକୁ ନକଲି ଆଧାର କାର୍ଡ ସମର୍ପଣ କରିବାକୁ ପ୍ରସ୍ତୁତ ରୋହିଂଗ୍ୟା ଶରଣାର୍ଥୀ ! ଜାଣନ୍ତୁ କାହିଁକି

ତେଲେଙ୍ଗାନା: ସାରା ଦେଶରେ ଏନଆରସି ଓ ସିଏଏକୁ ନେଇ ଆନ୍ଦୋଳନ ହେଉଛି । ଦିଲ୍ଲୀର ଶାହିନ ବାଗ ଆନ୍ଦୋଳନ ପୁରା ଦେଶର ବିରୋଧ ପ୍ରଦର୍ଶନର କେନ୍ଦ୍ର ଥିଲା । ଏବେ ଶାହିନ ବାଗ ପରେ ପୁଣି ଜାଫରାବାଦରେ ଆନ୍ଦୋଳନ ଉଗ୍ର ରୂପ ନେଇଛି । କିନ୍ତୁ ଏହା ମଧ୍ୟରେ ତେଲେଙ୍ଗାନାର ପାଖାପାଖି ୧୨୭ଜଣ ରୋହିଂଗ୍ୟା ଶରଣାର୍ଥୀ ନିଜ ନକଲି ଆଧାର କାର୍ଡ ସମର୍ପଣ କରିବାକୁ ପ୍ରସ୍ତୁୂତ ହୋଇଛନ୍ତି । ଆଧାର କାର୍ଡ ଇଣ୍ଡିଆ ଅଥରିଟି ଏମାନଙ୍କୁ ଚିହ୍ନଟ କରି ନୋଟିସ ପଠାଇଥିଲା । ଯେଉଁ କାରଣରୁ ହାଇଦ୍ରାବାଦର ବାଲାପୁର ଅଂଚଳରେ ରହୁଥିବା ରୋହିଂଗ୍ୟା ଶରଣାର୍ଥୀଙ୍କ ମଧ୍ୟରେ ଭୟ ଦେଖା ଦେଇଛି ।

ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରୋହିଂଗ୍ୟା ସମୁଦାୟକୁ ଦେଶରୁ ବାହାର କରିଦେବା ଭୟ ଅଛି । ରିପୋର୍ଟ ମୁତାବକ, ଅନେକ ଶରଣାର୍ଥୀ ସ୍ୱୀକାର କରିଛନ୍ତି କି ସେମାନେ ବେଆଇନ ଉପାୟରେ ନକଲି ଆଧାର କାର୍ଡ ହାସଲ କରିଛନ୍ତି ।

Leave A Reply

Your email address will not be published.