ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ତାଜା ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗତ ୧୪ ଦିନ ହେଲା ୪୭ଟି ଜିଲ୍ଲାରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ଓଡ଼ିଶାର ପୁରୀ ଓ ଭଦ୍ରକ । ଗତ ୧୪ ଦିନ ମଧ୍ୟରେ ପୁରୀ ଓ ଭଦ୍ରକରୁ କେହି ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।
ଦେଶରେ ୨୪ ଘଂଟା ମଧ୍ୟରେ ୪୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏଯାଏଁ ମୋଟ ମୃତ୍ୟୁ ସଂଖ୍ୟା ୪୮୦ରେ ପହଂଚିଛି । ୭୫.୩ ପ୍ରତିଶତ ମୃତକ ୬୦ ବର୍ଷରୁ ଅଧିକ ବୟସ୍କ ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍-୧୯ରେ ଘଟିଥିବା ମୃତ୍ୟୁଙ୍କ ମଧ୍ୟରେ ୧୪.୪ ପ୍ରତିଶତଙ୍କ ବୟସ ୪୫ ବର୍ଷରୁ କମ ଥିବା ବେଳେ ୧୦.୩ ପ୍ରତିଶତ ମାମଲାରେ ମୃତକଙ୍କ ବୟସ ୪୫ ରୁ ୬୦ ବର୍ଷ ମଧ୍ୟରେ ରହିଛି। ୩୩.୧ ପ୍ରତିଶତ ମାମଲାରେ ମୃତକଙ୍କ ବୟସ ୬୦ ରୁ ୭୫ ବର୍ଷ ମଧ୍ୟରେ ରହିଛି। ଅନ୍ୟପଟେ ୪୨.୨ ପ୍ରତିଶତ ଘଟଣାରେ ମୃତକଙ୍କ ବୟସ ୭୫ ବର୍ଷ କିମ୍ବା ସେଥିରୁ ଅଧିକ ରହିଛି। ସେହିପରି ଏଯାଏଁ ୧୯୯୨ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଦେଶରେ ୨୪ ଘଂଟା ମଧ୍ୟରେ ୯୯୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ବର୍ତମାନ ସୁଦ୍ଧା ୧୪ ହଜାର ୩୭୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୯୧ଟି ମାମଲା ନିଜାମୁଦ୍ଦିନ ସହ ଲିଙ୍କ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶର ୨୩ ରାଜ୍ୟରେ ତବଲିଗି ଜମାତ ଲାଗି କରୋନା ବ୍ୟାପିଛି ।
BREAKING NEWS
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
Comments are closed.