Latest Odisha News

BREAKING NEWS

ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ୍ ଡକ୍ଟର ରତ୍ନାକର ଚଇନିଙ୍କ ପରଲୋକ

କଟକ : ବିଶିଷ୍ଟ ଲେଖକ, ନାଟ୍ୟକାର ତଥା ଶିକ୍ଷାବିତ୍ ଡକ୍ଟର ରତ୍ନାକର ଚଇନି ଆଜି କଟକ ବାଦାମବାଡି ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଗତ ଦୁଇବର୍ଷ ହେଲା ସେ ଅସୁସ୍ଥ ଥିଲେ ।

ସାହିତ୍ୟ କ୍ଷେତ୍ରରେ ତାଙ୍କର କୃତିତ୍ୱ ପାଇଁ ତାଙ୍କୁ ମିଳିଥିଲା ସାହିତ୍ୟ ଏକାଡେମୀ ପୁରସ୍କାର । ତାଙ୍କ ପ୍ରମୁଖ ପୁସ୍ତକଗୁଡିକ ମଧ୍ୟରେ ସନ୍ଥ କବି ଅଚ୍ୟୁତାନନ୍ଦ, ନୀରବ କୋଳାହଳ, କବି ଗୋପାଳକୃଷ୍ଣ, ଆଶା ବୃନ୍ଦାବନ, ଅଚ୍ୟୁତାନନ୍ଦ ଗୀତାବଳୀ, ଆଜିର ଗଳ୍ପ, ସୂର୍ଯ୍ୟାସ୍ତ ଉପବନ, କହ ଲଳିତା ଆଦି ଅନ୍ୟତମ । ସେହିପରି ତାଙ୍କ ଲିଖିତ ବହୁ ନାଟକ ଦର୍ଶକ ଆଦୃତି ଲାଭ କରିଛି । ‘ଅଥଚ ଚାଣକ୍ୟ’ ତାଙ୍କ ଲିଖିତ ବେଶ୍ ଲୋକପ୍ରିୟ ନାଟକ ।

ସେ ୨୦୧୦ ମସିହାରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଥିଲେ । ଏଥି ସହ ସେ ‘ସଂସ୍କାର ଭାରତୀ’ର ମଧ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ।

ଡକ୍ଟର ଚଇନି ୧୯୪୫ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ ।

Leave A Reply

Your email address will not be published.