ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ତାଜା ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗତ ୧୪ ଦିନ ହେଲା ୪୭ଟି ଜିଲ୍ଲାରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ଓଡ଼ିଶାର ପୁରୀ ଓ ଭଦ୍ରକ । ଗତ ୧୪ ଦିନ ମଧ୍ୟରେ ପୁରୀ ଓ ଭଦ୍ରକରୁ କେହି ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।
ଦେଶରେ ୨୪ ଘଂଟା ମଧ୍ୟରେ ୪୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏଯାଏଁ ମୋଟ ମୃତ୍ୟୁ ସଂଖ୍ୟା ୪୮୦ରେ ପହଂଚିଛି । ୭୫.୩ ପ୍ରତିଶତ ମୃତକ ୬୦ ବର୍ଷରୁ ଅଧିକ ବୟସ୍କ ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍-୧୯ରେ ଘଟିଥିବା ମୃତ୍ୟୁଙ୍କ ମଧ୍ୟରେ ୧୪.୪ ପ୍ରତିଶତଙ୍କ ବୟସ ୪୫ ବର୍ଷରୁ କମ ଥିବା ବେଳେ ୧୦.୩ ପ୍ରତିଶତ ମାମଲାରେ ମୃତକଙ୍କ ବୟସ ୪୫ ରୁ ୬୦ ବର୍ଷ ମଧ୍ୟରେ ରହିଛି। ୩୩.୧ ପ୍ରତିଶତ ମାମଲାରେ ମୃତକଙ୍କ ବୟସ ୬୦ ରୁ ୭୫ ବର୍ଷ ମଧ୍ୟରେ ରହିଛି। ଅନ୍ୟପଟେ ୪୨.୨ ପ୍ରତିଶତ ଘଟଣାରେ ମୃତକଙ୍କ ବୟସ ୭୫ ବର୍ଷ କିମ୍ବା ସେଥିରୁ ଅଧିକ ରହିଛି। ସେହିପରି ଏଯାଏଁ ୧୯୯୨ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଦେଶରେ ୨୪ ଘଂଟା ମଧ୍ୟରେ ୯୯୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ବର୍ତମାନ ସୁଦ୍ଧା ୧୪ ହଜାର ୩୭୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୯୧ଟି ମାମଲା ନିଜାମୁଦ୍ଦିନ ସହ ଲିଙ୍କ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶର ୨୩ ରାଜ୍ୟରେ ତବଲିଗି ଜମାତ ଲାଗି କରୋନା ବ୍ୟାପିଛି ।
BREAKING NEWS
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
- Red Fort blast:NIAର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…
- MMDR ଆଇନ ଓଡ଼ିଶା ସ୍ୱାର୍ଥ ବିରୋଧୀ କହି ଗର୍ଜିଲା ବିଜେଡି, ବିଜେପି କହିଲା ବିଜେଡି ଭୟ ସୃଷ୍ଟି କରୁଛି
- ରୁଟ ସୃଷ୍ଟି କଲେ ନୂଆ ଇତିହାସ: ପଛରେ ପଡ଼ିଲେ ପଣ୍ଟିଂ, ୱ
- ଭୂତଳ ଚାମ୍ବରରୁ ଚାଲିଥିଲା କଫ୍ ସିରପ କାରବାର; ୮୧୩ ବୋତଲ ଜବତ, ମହିଳା ଗିରଫ
- ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି
- ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Comments are closed.