Latest Odisha News

ନୀରଜଙ୍କ ସ୍ୱାସ୍ଥ୍ୟାବସ୍ଥା ପୁନର୍ବାର ବିଗିଡିଲା, ଡାକ୍ତରଖାନାରେ ଭର୍ତି

ପାନୀପତ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁନର୍ବାର ବିଗିଡିଛି । ପୂର୍ବରୁ ସେ ଅସୁସ୍ଥ ଥିଲେ ତେବେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା । ଏହା ପରେ ସେ ପ୍ରଧାନମନ୍ତ୍ରୀ ସମ୍ବର୍ନ୍ଧନା ଉତ୍ସବରେ ଯୋଗ ଦେଇଥିଲେ । ଗତକାଲି ପାନୀପତରୁ ଖଣ୍ଡାରା ଗ୍ରାମ ପର୍ଯ୍ୟନ୍ତ ଜ୍ୟାଭେଲିନ ଥ୍ରୋୟର ନୀରଜଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

ଏକ ସ୍ୱାଗତ କାର୍ଯ୍ୟକ୍ରମ ଅବସରରେ ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା । ଏବେ ବି ତାଙ୍କ ଦେହରେ ଉତାପ ରହିବା ସହ ସେ ଗଳାରେ ଯନ୍ତ୍ରଣା ଅନୁଭବ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । କେଉଁ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି ତାହା ଜଣାପଡି ନାହିଁ ।

Comments are closed.