ଭୁବନେଶ୍ୱର: ପ୍ରଥମ ଦିନରେ ରାଜ୍ୟରେ କରୋନା ଟିକାକରଣ ସଫଳତାର ସହ ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।
ଯେଉଁଥିରେ ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତି ଏହି ଟିକା ନେବା ପରେ ତାଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ଆସନ୍ତା ୧୦ ଦିନ ମଧ୍ୟରେ ପଞ୍ଜୀକୃତ ହୋଇଥିବା ସମସ୍ତ ଲୋକଙ୍କୁ ସରକାର ଏହି ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଟିକାକରଣ ପାଇଁ ମୋଟ ୩.୩୮ ଲକ୍ଷ ବ୍ୟକ୍ତି ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି। ପ୍ରଥମ ଦିନରେ ଟିକାକରଣ କରା ଯାଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସେ ପ୍ରକାଶ କରିଛନ୍ତି।
Comments are closed.